Advertisment

ବେକାବୁ ହେଲା ଯାତ୍ରୀବାହୀ ବସ୍‌; ୭ଟି ଗାଡ଼ିକୁ ପିଟିଲା

ବିଚ୍‌ ରାସ୍ତାରେ ବେକାବୁ ହେଲା ଯାତ୍ରୀବାହୀ ବସ୍‌। ଡ୍ରାଇଭରଜଣ ନିୟନ୍ତ୍ରଣ ହରାଇବାରୁ ଦ୍ରୁତ ଗତିରେ ଯାଉଥିବା ବସ୍‌ଟି ଗୋଟିଏ ପରେ ଗୋଟିଏ ୭ଟି ବାହନକୁ ଧକ୍କା ଦେଇଛି।

Accident Spot

Accident Spot

Advertisment

ବିଚ୍‌ ରାସ୍ତାରେ ବେକାବୁ ହେଲା ଯାତ୍ରୀବାହୀ ବସ୍‌। ଡ୍ରାଇଭରଜଣ ନିୟନ୍ତ୍ରଣ ହରାଇବାରୁ ଦ୍ରୁତ ଗତିରେ ଯାଉଥିବା ବସ୍‌ଟି ଗୋଟିଏ ପରେ ଗୋଟିଏ ୭ଟି ବାହନକୁ ଧକ୍କା ଦେଇଛି। ଏହାପରେ ଉପସ୍ଥିତ ଲୋକେ ତାତିବାରୁ ଡ୍ରାଇଭରଜଣକ ଗାଡ଼ି ଛାଡ଼ି ଫେରାର ହୋଇ ଯାଇଛନ୍ତି। ଏହି ସିରିଜ ଦୁର୍ଘଟଣାରେ ୮ ଜଣ ଆହତ ହୋଇଛନ୍ତି। ଏପରି ଏକ ଦୁର୍ଘଟଣା ଗତ ରାତିରେ ଉତ୍ତରପ୍ରଦେଶର କାନପୁରରେ ଘଟିଛି।

Advertisment

ଗତ ରାତିରେ ଯଶୋଦା ନଗର ନିକଟରେ ଥିବା ଜାତୀୟ ରାଜପଥରେ ଏକ ଯାତ୍ରୀବାହୀ ବସ୍‌ ହଠାତ୍‌ ଅନିୟନ୍ତ୍ରିତ ହୋଇଗଲା। ଉକ୍ତ ସମୟରେ ବସ୍‌ରେ ପ୍ରାୟ ୨୦ ଯାତ୍ରୀ ଥିଲେ। ବସ୍‌ଟି ୨ଟି କାର୍‌, ୨ଟି ଜେସିବି ଓ ୩ଟି ବାଇକ୍‌କୁ ଧକ୍କା ମାରିଥିଲା।

ବସ୍‌ଟି ଏପରି ଗୋଟିଏ ପରେ ଗୋଟିଏ ଗାଡ଼ିକୁ ଧକ୍କା ଦେବାରୁ ଉତ୍ତ୍ୟକ୍ତ ଲୋକେ ବସ୍‌ର ପିଛା କରିଥିଲେ। ଏହାଦେଖି ଡ୍ରାଇଭରଜଣକ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା। ଏହି ଦୁର୍ଘଟଣାରେ ଆହତଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ଏହି ଘଟଣାକୁ ନେଇଉତ୍ତେଜନା ଦେଖାଦେବାରୁ ଯଶୋଦା ନଗର ହାଇୱେରେ ଜାମ୍‌ ହୋଇ ଯାଇଥିଲା। ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟାରେ ଗାଡ଼ି ଫସି ରହିଥିଲା। ଖବର ପାଇ ପୁଲିସ୍‌ ପହଞ୍ଚି ପ୍ରାୟ ଘଣ୍ଟାଏ ପରେ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲା।

ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ଚାଳକଙ୍କ ସନ୍ଧାନ କରାଯାଉଥିବା କହିଛି।

Accident Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe