Advertisment

ଭୁଶୁଡ଼ିଲା ନିର୍ମାଣାଧୀନ କୋଠାର ଛାତ; ୪ ଆହତ, ଶ୍ରମିକ ଫସି ରହିଥିବା ଆଶଙ୍କା

ଛାତ ତଳେ କିଛି ଶ୍ରମିକ ଫସିରହିଥିବା ଅନୁମାନ କରାଯାଉଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Roof collapse

Roof collapse

ପୁରୀ ରେଲୱେ ଷ୍ଟେସନରେ ନିର୍ମାଣାଧୀନ କୋଠାର ଛାତ ଭୁଶୁଡି ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। କିଛି ଶ୍ରମିକ ଫସିରହିଥିବା ଅନୁମାନ କରାଯାଉଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। 

Advertisment

ଆଜି ସକାଳ ପୁରୀ ରେଲୱେ ଷ୍ଟେସନରେ ନବନିର୍ମିତ କୋଠାର ଛାତ ପଡ଼ୁଥିଲା। ୬ରୁ ୭ ଜଣ ଶ୍ରମିକ ଏହି କାମରେ ନିୟୋଜିତ ଥିଲେ। ହଠାତ୍ ଛାତଟି ଭୁଶୁଡ଼ି ପଡ଼ିବାରୁ ଶ୍ରମିକମାନେ ତା’ତଳେ ଚାପି ହୋଇ ରହିଯାଇଥିଲେ। ଅଗ୍ନିଶମ ବାହିନୀର କର୍ମଚାରୀ ପହଞ୍ଚି ୪ଜଣ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ସେମାନଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅନ୍ୟ ଶ୍ରମିକମାନେ ଚାପି ହୋଇରହିଥିବା ଆଶଙ୍କା କରାଯାଉଛି।

ଅଗ୍ନିଶମ କର୍ମଚାରୀ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଚଳାଇଛନ୍ତି। ଜେସିବି ମେସିନ ଦ୍ୱାରା ଲୁହା ରଡକୁ ଉଠାଯାଉଛି।  ତେବେ କେଉଁ ପରିସ୍ଥିତିରେ ଛାତ ଭୁଶୁଡ଼ିଲା କାରଣ ଜଣାପଡ଼ିନାହିଁ। 

Advertisment

ଦୁର୍ଘଟଣା ପରେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ପୁରୀ ଉପଜିଲ୍ଲାପାଳ। କେଉଁ ପରିସ୍ଥିତିରେ ଛାତ ଭୁଶୁଡ଼ିଲା ତାହାର ତଦନ୍ତ ହେବ ବୋଲି ସେ କହିଛନ୍ତି।

Puri