Advertisment

ଭୁଶୁଡ଼ି ପଡ଼ିଲା ବ୍ୟାଙ୍କ ଛାତ, ଛୁଟି ଥିବାରୁ ଟଳିଗଲା ବଡ଼ ବିପଦ

କୋଠାଟି ପୁରୁଣା ହୋଇଯାଇଥିବା ବେଳେ ଗତକାଲି ରାତିରେ ଓ ଆଜି ସକାଳେ ପ୍ରବଳ ବର୍ଷା ହେବା ଯୋଗୁ ଛାତ ଭୁଶୁଡ଼ି ପଡ଼ିଥିବା କୁହାଯାଉଛି।

author-image
Jitendra Garnayak
Bank

Bank

ସମ୍ବଲପୁର ସହରର କୁଞ୍ଜେଲପଡ଼ା ଛକରେ ଥିବା ସମ୍ବଲପୁର ଜିଲ୍ଲା ସମବାୟ କେନ୍ଦ୍ର ବ୍ୟାଙ୍କର ସିଟି ବ୍ରାଞ୍ଚର ଛାତ ଭୁଶୁଡ଼ି ପଡ଼ିଛି। ବ୍ୟାଙ୍କଟି ଭଡ଼ା ଘରେ ଚାଲିଥିବା ବେଳେ ଆଜି ସକାଳେ ଏହାର ସମ୍ମୁଖ ଭାଗ ଛାତ ସଂପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି। ତେବେ ରବିବାର ହୋଇଥିବାରୁ ଏକ ବଡ଼ ବିପଦ ଟଳି ଯାଇଛି। କାରଣ ବ୍ୟାଙ୍କରେ କେହି କର୍ମଚାରୀ ବା ଗ୍ରାହକ ଉପସ୍ଥିତ ନଥିଲେ।

Advertisment

କୋଠାଟି qob ପୁରୁଣା ହୋଇଯାଇଥିବା ବେଳେ ଗତକାଲି ରାତିରେ ଓ ଆଜି ସକାଳେ ପ୍ରବଳ ବର୍ଷା ହେବା ଯୋଗୁ ତାହା ଭୁଶୁଡ଼ି ପଡ଼ିଥିବା କୁହାଯାଉଛି। ଛାତ ଭୁଶୁଡ଼ି ପଡ଼ିଥିବା ଖବର ପାଇବା ପରେ ବ୍ୟାଙ୍କର କର୍ମଚାରୀମାନେ ଆସି ପହଞ୍ଚିଥିଲେ। ତେବେ ସେମାନେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି।

Roof Collapse