Advertisment

ଟ୍ରାକ୍‌ ପାର ହେଉଥିଲେ ଆରପିଏଫ୍ କନଷ୍ଟେବଳ, ପିଟି ଦେଲା ଟ୍ରେନ୍‌

ସାମାନ୍ୟ ଅସାବଧାନତାରୁ ଘଟିଗଲା ବଡ଼ ଅଘଟଣ । ଷ୍ଟେସନରେ ମହିଳା ଆରପିଏଫ୍ କନଷ୍ଟେବଳଙ୍କୁ ଧକ୍କା ଦେଲା ଟ୍ରେନ୍ ।

Accident

Accident

Advertisment

ସାମାନ୍ୟ ଅସାବଧାନତାରୁ ଘଟିଗଲା ବଡ଼ ଅଘଟଣ । ଷ୍ଟେସନରେ ମହିଳା ଆରପିଏଫ୍ କନଷ୍ଟେବଳଙ୍କୁ ଧକ୍କା ଦେଲା ଟ୍ରେନ୍ । ଏପରି ଏକ ଅଘଟଣ ଆଜି ବାଲେଶ୍ୱର ରେଳ ଷ୍ଟେସନରେ ଘଟିଛି । ଗୁରୁତର ଆରପିଏଫ୍ କନେଷ୍ଟବଳ ହେଲେ ଜି. କବିତା ।

Advertisment

ଜି. କବିତା ଆଜି ଷ୍ଟେସନର ୨ନଂ ପ୍ଲାଟଫର୍ମରୁ ରେଳ ଧାରଣା ଉପର ଦେଇ ୩ନଂ ପ୍ଲାଟଫର୍ମକୁ ଯାଉଥିଲେ । ସେହି ସମୟରେ ଭଦ୍ରକ ପଟୁ ଯାଜପୁର ଲୋକାଲ ଟ୍ରେନ ଆସୁଥିଲା । ଅନ୍ୟମନସ୍କ ଥିବାରୁ କବିତା ଟ୍ରେନ ଆସିବା ବାବଦରେ ଜାଣି ପାରିନଥିଲେ । ଫଳରେ ୩ନଂ ପ୍ଲଟଫର୍ମକୁ ଚଢିବା ପୂର୍ବରୁ ଟ୍ରେନ ତାଙ୍କୁ ଧକ୍କା ଦେଇଥିଲା।

ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇ କବିତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତାଙ୍କ ଗୋଡ଼ରେ ଗୁରୁତର ଆଘାତ ଲାଗିଛି ।

Advertisment
Balasore Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe