Advertisment

ରାସ୍ତାରେ ପରିସ୍ରା କରୁଥିଲେ, ଦୁର୍ଘଟଣାରେ ଗୋଡ଼ ହରାଇଲେ, ପାଇବେ ୨ କୋଟି ଟଙ୍କା କ୍ଷତିପୂରଣ

ଜାତୀୟ ରାଜପଥ କଡ଼ରେ ପରିସ୍ରା କରୁଥିବା ବେଳେ ମାଡ଼ି ଯାଇଥିଲା ଗାଡ଼ି।

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ଜାତୀୟ ରାଜପଥ କଡ଼ରେ ପରିସ୍ରା କରୁଥିବା ବେଳେ ମାଡ଼ି ଯାଇଥିଲା ଗାଡ଼ି। ୨୦୧୬ରେ ଅକସ୍ମାତ୍ ଦୁର୍ଘଟଣାର ଶିକାର ହୋଇ ଗୋଡ଼ ହରାଇଥିବା ଏହି ବ୍ୟକ୍ତି ଏବେ ପାଇବେ ଦୁଇ କୋଟି ଟଙ୍କା। ଆଜ୍ଞା ହଁ, ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ସଡ଼କ ଦୁର୍ଘଟଣାରେ ଗୋଡ଼ ହରାଇଥିବା ବ୍ୟକ୍ତିଙ୍କୁ କିପରି ଏତେ ଟଙ୍କା ମିଳିବ, ଜାଣନ୍ତୁ ଘଟଣା ବାବଦରେ ସମ୍ପୂର୍ଣ୍ଣ ବିବରଣୀ...

Advertisment

ଟଙ୍କା ପାଇବାକୁ ଥିବା ବ୍ୟକ୍ତି ଜଣକ ହେଉଛନ୍ତି ମହାରାଷ୍ଟ୍ର ଭନ୍ଦୁପର ଜଣେ ୫୩ ବର୍ଷୀୟ ବ୍ୟକ୍ତି। ୨୦୧୬ ମସିହାରେ ସେ ଏକ କମ୍ପାନୀର ଡେପୁଟି ଜେନେରାଲ୍ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ। ଏକଦା ସେ ଜଣେ ବନ୍ଧୁଙ୍କ ସହ ମଧ୍ୟ ପ୍ରଦେଶର ଦତ୍ତିଆ ଅଭିମୁଖେ ଯାଉଥିଲେ।

ଏହି ସମୟରେ ତାଙ୍କୁ ପରିସ୍ରା ଲାଗିଥିଲା। ଗାଡ଼ି ରଖି ଜାତୀୟ ରାଜପଥ କଡ଼ରେ ପରିସ୍ରା କରିବା ସମୟରେ ବିପରୀତ ଦିଗରୁ ଏକ ଟ୍ୟାଙ୍କର୍ ଆସି ତାଙ୍କ ଉପରେ ମାଡ଼ି ଯାଇଥିଲା। ଏହାପରେ ତାଙ୍କର ଜୀବନ ବଞ୍ଚି ଯାଇଥିଲା ସତ କିନ୍ତୁ ସବୁ ଦିନ ପାଇଁ ଗୋଟିଏ ଗୋଡ଼ ହରାଇଥିଲେ। ଦୀର୍ଘ ୭ ବର୍ଷ ପରେ ଏବେ ତାଙ୍କୁ କ୍ଷତିପୂରଣ ସ୍ୱରୂପ ୨ କୋଟି ଟଙ୍କା ମିଳିବ। ମୋଟୋର ଆକ୍ସିଡେଣ୍ଟ କ୍ଲେମ୍ସ ଟ୍ରିବ୍ୟୁନାଲ୍ ଦ୍ୱାରା ସୁଧ ସହ ସେ ଏହି ଟଙ୍କା ପାଇବେ। 

Advertisment

ଟ୍ରିବ୍ୟୁନାଲ୍ କହିଛି ଯେ, ଆବେଦନକାରୀ ରୋଜଗାରରେ କ୍ଷତିର ସମ୍ମୁଖୀନ ହୋଇନାହାନ୍ତି, ତଥାପି ତାଙ୍କ ରୋଜଗାର କ୍ଷମତା ହ୍ରାସ ପାଇଛି, ଯାହାକୁ ଅଣଦେଖା କରାଯିବା ଉଚିତ୍ ନୁହେଁ। ଆବେଦନକାରୀଙ୍କ ବୃତ୍ତିକୁ ଦୃଷ୍ଟିରେ ରଖିଲେ ସେ ପୂର୍ବପରି କାମ କରିପାରୁ ନାହାନ୍ତି। ସେଥିପାଇଁ ତାଙ୍କର ଆୟ ହ୍ରାସ ପାଇଛି। ସୌଭାଗ୍ୟବଶତଃ ତାଙ୍କ କମ୍ପାନୀ ତାଙ୍କୁ ଚାକିରିରେ ରଖିଛି ଏବଂ ତାଙ୍କ ପ୍ରଦର୍ଶନ ଆକାରରେ ଦରମା ଦେଉଛି। 

ସେ ବର୍ତ୍ତମାନ ୫୦% ସ୍ଥାୟୀ ଅସୁସ୍ଥତା ଭୋଗୁଛନ୍ତି। ତେଣୁ ଦିନକୁ ଦିନ ଶାରୀରିକ ଅକ୍ଷମତା ବୃଦ୍ଧି ପାଉଛି। ଅତି କମରେ ଜଣେ ବ୍ୟକ୍ତି କିମ୍ବା ବାଡ଼ିର ସାହାଯ୍ୟ ନେବାକୁ ପଡୁଛି। ଡାହାଣ ଗୋଡ଼ କଟିଯିବା କାରଣରୁ ସେ ଚାଲିପାରୁ ନାହାନ୍ତି। ଗାଡ଼ି ଚଳାଇ ପାରିବେ ନାହିଁ କି ସହଜରେ ଦୈନନ୍ଦିନ କାର୍ଯ୍ୟ ବି କରିପାରିବେ ନାହିଁ। ତେଣୁ ତାଙ୍କୁ କୃତ୍ରିମ ଅଙ୍ଗର ଆବଶ୍ୟକତା ମଧ୍ୟ ରହିଛି। ଏସବୁ ଅସୁବିଧା ଓ ଯୁକ୍ତି ଦର୍ଶାଇ ଦୁଇ କୋଟି ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି ଟ୍ରିବ୍ୟୁନାଲ।

ପୀଡ଼ିତ ବ୍ୟକ୍ତି ଜଣକ ଏନେଇ ୨୦୧୭ରେ ଗାଡ଼ି ମାଲିକ ରାକେଶ ଶର୍ମା ଏବଂ ବୀମାକାରୀ ଦି ଓରିଏଣ୍ଟାଲ ଇନ୍ସୁରାନ୍ସ କୋ ଲିମିଟେଡ୍ କମ୍ପାନୀ ବିରୋଧରେ ଟ୍ରିବ୍ୟୁନାଲ ଯାଇଥିଲେ। ବର୍ତ୍ତମାନ ମୋଟୋର ଆକ୍ସିଡେଣ୍ଟ କ୍ଲେମ୍ସ ଟ୍ରିବ୍ୟୁନାଲର ହସ୍ତକ୍ଷେପ ପରେ କମ୍ପାନୀ ତାଙ୍କୁ ଦୁଇ କୋଟି ଟଙ୍କାର କ୍ଷତିପୂରଣ ଦେବ। 

Accident Road Accident