Advertisment

ବିଲ୍ଡିଂରେ ଲାଗିଗଲା ନିଆଁ; ଦୁଇ ମହଲା ତଳକୁ ଡେଇଁ ପଡ଼ିଲେ ନାବାଳିକା

ଏକ ଦୁଇ ମହଲା ବିଲ୍ଡିଂରେ ରବିବାର ଭୋରରୁ ନିଆଁ ଲାଗି ଯାଇଥିଲା। ୧୩ ବର୍ଷୀୟା ନାବାଳିକାଜଣକ ପ୍ରାଣ ବିକଳରେ ଦୁଇ ମହଲା ଝରକାରୁ ତଳକୁ ଡେଇଁ ପଡ଼ିଥିଲେ।

author-image
Niharika Rout
Fire

Fire

ମଧ୍ୟପ୍ରଦେଶର ସାଗର ଅଞ୍ଚଳରେ ଘଟିଥିବା ଏକ ଭୀଷଣ ଅଗ୍ନିକାଣ୍ଡ ଯୋଗୁ ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଛି । ଏଥିରେ ତାଙ୍କ ମା’, ଭାଇ ଗୁରୁତର ଆହତ ହୋଇ ମେଡିକାଲ ବେଡରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ।

Advertisment

ସାଗର ଅଞ୍ଚଳରେ ଥିବା ଏକ ଦୁଇ ମହଲା ବିଲ୍ଡିଂରେ ରବିବାର ଭୋରରୁ ନିଆଁ ଲାଗି ଯାଇଥିଲା। ଫଳରେ ଉପର ମହଲାରେ ଥିବା ଜଣେ ମହିଳା, ତାଙ୍କ ପୁଅ, ଝିଅ ବଞ୍ଚିବା ପାଇଁ ଆର୍ତ୍ତ ଚିତ୍କାର କରିଥିଲେ। ମାତ୍ର ନିଆଁ ଏତେ ଭୟାବହ ଥିଲା ଯେ ସେମାନଙ୍କୁ ଉଦ୍ଧାର କରିବା ସ୍ଥାନୀୟ ଲୋକଙ୍କ ପକ୍ଷେ ସମ୍ଭବପର ହୋଇ ପାରିଲାନି।

ଏହାଦେଖି ୧୩ ବର୍ଷୀୟା ନାବାଳିକାଜଣକ ପ୍ରାଣ ବିକଳରେ ଦୁଇ ମହଲା ଝରକାରୁ ତଳକୁ ଡେଇଁ ପଡ଼ିଥିଲେ। ଫଳରେ ସେ ଗୁରୁତର ହୋଇଥିବା ବେଳେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା।

Advertisment

ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପରେ ମା’ ପୁଅଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲେ। ତୁରନ୍ତ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାଯାଇଛି।

ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନି।

Madhya Pradesh Fire Accident