Advertisment

ଟ୍ରାକ୍‌ରେ ପଡ଼ିଲା ବିରାଟକାୟ ଶାଳ ଗଛ, ବାଲେଶ୍ୱର ଫେରିଲାନି DMU

ବାଙ୍ଗିରିପୋଷି-ପୁରୀ ସୁପଫାଷ୍ଟ ରାତିରେ ବାରିପଦାକୁ ଫେରିବ। ସେଥିପାଇଁ ରେଳ ବିଭାଗ ବର୍ଷା ହେଉଥିବା ସତ୍ତ୍ୱେ ଟ୍ରାକ୍‌ ଉପରେ ପଡ଼ିଥିବା ଶାଳ ଗଛକୁ କାଟି ବାହାର କରିଛି। ବିଦ୍ୟୁତ ତାର ମରାମତି ମଧ୍ୟ ଚାଲିଛି।

author-image
Manoranjan Sial
ଅଦ୍ୟତନ ହୋଇଛି
Baripada

Baripada

ରେଳ ଧାରଣା ଉପରେ ଭାଙ୍ଗି ପଡ଼ିଲା ବିରାଟକାୟ ଶାଳ ଗଛ। ଯାହାଫଳରେ ବିଦ୍ୟୁତ ତାର ଛିଡ଼ି ଛିନ୍‌ଛତ୍ର ହୋଇଯାଇଛି। ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେଉଥିବାରୁ ଶାଳ ଗଛଟି ଉପୁଡ଼ି ଟ୍ରାକ୍‌ ଉପରେ ପଡ଼ିଥିଲା। ଯେଉଁଥିପାଇଁ ବାଲେଶ୍ୱର ଅଭିମୁଖେ ଆସିବାକୁ ଥିବା ଡିଏମ୍‌ୟୁ ଆଉ ଫେରିବନାହିଁ। ଏବେ ଉଦ୍ଧାର କାର୍ଯ୍ୟ ଚାଲିଛି।

Advertisment

ବାଲେଶ୍ୱରରୁ ନିଦ୍ଧାରିତ ସମୟରେ ବାଲେଶ୍ୱର-ବାଙ୍ଗିରିପୋଷି DMU ବାରିପଦା ଅଭିମୁଖେ ଯାଇଥିଲା। ଟ୍ରେନ୍‌ଟି ବେତନଟୀ ଷ୍ଟେସନ୍‌ ଅତିକ୍ରମ କରି କୃଷ୍ଣଚନ୍ଦ୍ରପୁର ଷ୍ଟେସନ୍‌ରେ ପହଞ୍ଚିଥିଲା। ଠିକ୍‌ ସେହି ସମୟରେ ଏକ ବିରାଟକାୟ ଶାଳ ଗଛ ଉପୁଡ଼ି ବେତନଟୀ ଷ୍ଟେସନ୍‌ସ୍ଥ ଟ୍ରାକ୍‌ରେ ପଡ଼ିଗଲା। ଯାହାଫଳରେ ଟ୍ରେନ୍‌ ଲାଇନ୍‌ ତାର ଛିଡ଼ି ଯାଇଛି। ସେପଟେ ଡିଏମ୍‌ୟୁ ଦୀର୍ଘ ସମୟ ଧରି ଅଟକିରହିବା ପରେ ବାରିପଦା ଅଭିମୁଖେ ପଳାଇ ଯାଇଛି। ମିଳିଥିବା ସୂଚନା ଅନୁସାରେ ଆଜି ଡିଏମ୍‌ୟୁ ବାଲେଶ୍ୱରକୁ ଫେରିବ ନାହିଁ।

Railରେଳ ଟ୍ରାକ୍‌ରେ ପଡ଼ିଛି ଶାଳ ଗଛ

ସେପଟେ ବାଙ୍ଗିରିପୋଷି-ପୁରୀ ସୁପଫାଷ୍ଟ ରାତିରେ ବାରିପଦାକୁ ଫେରିବ। ସେଥିପାଇଁ ରେଳ ବିଭାଗ ବର୍ଷା ହେଉଥିବା ସତ୍ତ୍ୱେ ଟ୍ରାକ୍‌ ଉପରେ ପଡ଼ିଥିବା ଶାଳ ଗଛକୁ କାଟି ବାହାର କରିଛି। ବିଦ୍ୟୁତ ତାର ମରାମତି ମଧ୍ୟ ଚାଲିଛି। ସନ୍ଧ୍ୟା ପୂର୍ବରୁ ଟ୍ରାକ୍‌ ଠିକ୍‌ ହୋଇଯିବ ବୋଲି ରେଳ ବିଭାଗ ପକ୍ଷରୁ ଜଣାପଡ଼ିଛି।

Advertisment

ସୂଚନାରୁ ପ୍ରକାଶ, ଆଜି ଦିନ ତମାମ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ଏପରିକି ବଜ୍ରପାତ ମଧ୍ୟ ହୋଇଛି। ଯେଉଁଥିପାଇଁ ଜୀବନଯାତ୍ରା ପ୍ରଭାବିତ ହୋଇଛି। ପ୍ରବଳ ବର୍ଷା ଯୋଗୁ ଅନେକ ସ୍ଥାନରେ ବଡ଼ବଡ଼ ଗଛ ଭାଙ୍ଗିପଡ଼ିଥିବା ଜଣାପଡ଼ିଛି।

ରିପୋର୍ଟ-ବାରିପଦାରୁ ମାଣିକ୍‌ଲାଲ ପାଣି

Railway Station Mayurbhanj