Harish Budek
ବଲାଙ୍ଗିର ଜିଲ୍ଲା ବେଲପଡ଼ାର ସରପଞ୍ଚ ତଥା ବ୍ଲକ ସରପଞ୍ଚ ସଂଘର ସଭାପତି ହରିଶ ବୁଡ଼େକଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ମାତ୍ର ୩୮ ବର୍ଷ ହୋଇଥିଲା। ହୃଦଘାତରେ ତାଙ୍କର ପରଲୋକ ହୋଇଛି ବୋଲି ପରିବାର ଲୋକଙ୍କ ତରଫରୁ ସୂଚନା ମିଳିଛି।
ଗତକାଲି ସନ୍ଧ୍ୟାରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ହରିଶ। ତେଣୁ ତାଙ୍କୁ କଣ୍ଟାବାଞ୍ଜି ଡାକରଖାନାକୁ ନିଆଯାଇଥିଲା। ଯନ୍ତ୍ରଣା ଅଧିକ ହେବାରୁ ପରେ ତାଙ୍କୁ ବଲାଙ୍ଗିର ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଅବସ୍ଥାରେ ସୁଧାର ନଆସିବାରୁ ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ରେଫର କରାଯାଉଥିଲା। ବୁର୍ଲା ସ୍ଥାନାନ୍ତର କରାଯାଉଥିବା ବେଳେ ରାତି ପ୍ରାୟ ୩ଟା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା।
ହରିଶଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଲୋକେ ସ୍ତବ୍ଧ ହୋଇଯାଇଛନ୍ତି। ତାଙ୍କୁ ସମ୍ମାନ ଜଣାଇ ଆଜି ବେଲପଡ଼ା ସହରର ସମସ୍ତ ଦୋକାନବଜାର ସହିତ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1690871823.jpg)