Advertisment

ବ୍ରେକ୍‌ଫେଲ୍‌ ହୋଇ ଓଲଟି ପଡ଼ିଲା ସ୍କୁଲ୍‌ ବସ୍‌

ସ୍ଥାନୀୟ ଲୋକେ ଓ ଉଦ୍ଧାରକାରୀ ଦଳ ବସ୍‌ ଭିତରୁ ଆହତ ହୋଇଥିବା ସ୍କୁଲ କର୍ମଚାରୀଙ୍କୁ ବାହାର କରି ବୈପାରୀଗୁଡ଼ା ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ୮ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

Koraput

Koraput

Advertisment

ବ୍ରେକ୍‌ ଫେଲ୍‌ ହୋଇ ଓଲଟି ପଡ଼ିଲା ଘରୋଇ ସ୍କୁଲ ବସ୍‌। ସ୍କୁଲ ପ୍ରିନ୍ସପାଲ୍‌ଙ୍କ ପତ୍ନୀଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କୋରାପୁଟ୍‌ ଜିଲ୍ଲା ମନ୍ତ୍ରୀଆମ୍ବ ନିକଟରେ ଘଟିଛି। ଆହତଙ୍କୁ ସ୍ଥାନୀୟ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି।

Advertisment

ଜୟପୁରରେ ଥିବା ଏକ ଘରୋଇ ସ୍କୁଲରେ କାର୍ଯ୍ୟରତ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ଶେଷ ଦର୍ଶନ କରିବା ପାଇଁ ସ୍କୁଲ ବସ୍‌ରେ ପ୍ରିନ୍ସପାଲ ଓ ତାଙ୍କ ପତ୍ନୀଙ୍କ ସମେତ ୨୩ ଜଣ କର୍ମଚାରୀ ମାଲକାନଗିରି ଖଇରିପୁଟ୍‌ ବ୍ଲକ୍‌ ବନ୍ଧଗୁଡ଼ା ଗାଁକୁ ଯାଉଥିଲେ। ତେବେ ବସ୍‌ଟି ବୈପାରୀଗୁଡା ବ୍ଲକ୍‌ ମନ୍ତ୍ରୀଆମ୍ବ ଘାଟିରେ ବ୍ରେକ୍‌ ଫେଲ୍‌ ହୋଇ ଓଲଟି ପଡ଼ିଥିଲା। ଘଟଣା ସ୍ଥଳରେ ପ୍ରିନ୍ସପାଲଙ୍କ ପତ୍ନୀ ନୀଳିମା ପଣ୍ଡାଙ୍କ ମୃତ୍ୟୁ ଘଟିଥିଲା।

ସ୍ଥାନୀୟ ଲୋକେ ଓ ଉଦ୍ଧାରକାରୀ ଦଳ ବସ୍‌ ଭିତରୁ ଆହତ ହୋଇଥିବା ସ୍କୁଲ କର୍ମଚାରୀଙ୍କୁ ବାହାର କରି ବୈପାରୀଗୁଡ଼ା ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ୮ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ବୈପାରୀଗୁଡ଼ା ପୁଲିସ୍‌ ରାସ୍ତାରୁ ବସ୍‌ ହଟାଇବା ସହିତ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

Advertisment

ରିପୋର୍ଟ- ଜୟପୁରରୁ ଟି.ଗୌରୀ ଶଙ୍କର

Accident Road Accident Koraput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe