Advertisment

ଟ୍ରକକୁ ପିଟିଲା ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଅଟୋ, ସିସିଟିଭିରେ ଭୟାନକ ଦୃଶ୍ୟ କଏଦ

ଆନ୍ଧ୍ରପ୍ରଦେଶ ବିଶାଖାପାଟନମ ସଙ୍ଗମ ସରତ ଥିଏଟର ନିକଟ ଟ୍ରାଫିକରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା। ଦୁର୍ଘଟଣା

author-image
Debibandita Barick
CCTV Footage

CCTV Footage

ଛାତ୍ରଛାତ୍ରୀଙ୍କୁ ସ୍କୁଲ୍ ନେଇ ଯାଉଥିବା ଅଟୋ ଚାଳକଙ୍କ ବେପରୁଆ ଗାଡି ଚାଳନା। ସାମାନ୍ୟ ଅସାବଧାନତା କାରଣରୁ ଦୁର୍ଘଟଣାର ଶିକାର ହୋଇଛନ୍ତି ଛାତ୍ରଛାତ୍ରୀ। ଟ୍ରାଫିକ୍ ନିକଟରେ ଏକ ଟ୍ରକକୁ ଧକ୍କା ଦେବା ଫଳରେ ଅଟୋରେ ବସିଥିବା ଆଠ ଜଣ ଆହତ ହୋଇଛନ୍ତି।

Advertisment

ଆନ୍ଧ୍ରପ୍ରଦେଶ ବିଶାଖାପାଟନମରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା। ଦୁର୍ଘଟଣା ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। 

Advertisment

ସୂଚନା ଅନୁସାରେ, ଆଜି ପ୍ରାୟ ସକାଳ ସମୟରେ ଛାତ୍ରଛାତ୍ରୀ ଏକ ଅଟୋ ଯୋଗେ ସ୍କୁଲ୍ ଯାଉଥିଲେ। ସହରର ସଙ୍ଗମ ସରତ ଥିଏଟର ନିକଟ ଟ୍ରାଫିକରେ ଏକ ଟ୍ରକକୁ ଧକ୍କା ଦେଇଥିଲା ଅଟୋ। ଏତେ ଜୋରରେ ଧକ୍କା ହୋଇଥିଲା ଯେ, ଛାତ୍ରାଛାତ୍ରୀ କିଛି ଫୁଟ ଉପରକୁ ଉଠିବା ପରେ କଚାଡି ହୋଇ ତଳେ ପଡିଥିଲେ।

ଉପସ୍ଥିତ ଲୋକେ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ସୌଭାଗ୍ୟବଶତଃ ସମସ୍ତଙ୍କ ଜୀବନ ବଞ୍ଚି ଯାଇଛି। ଚିକିତ୍ସା ପରେ ତିନି ଜଣ ଡିସଚାର୍ଜ ହୋଇଥିବା ବେଳେ ଅନ୍ୟମାନଙ୍କ ଚିକିତ୍ସା ଚାଲିଛି। 

Accident School Auto Accident