Advertisment

ଓଲଟି ପଡ଼ିଲା ସ୍କୁଲ ଭ୍ୟାନ୍, ୧୦ ପିଲା ଆହତ

ଭ୍ୟାନ୍‌ଟି ଦ୍ବିଗୋଚ୍ଛିଆରୁ ସ୍କୁଲ୍‌ ପିଲାଙ୍କୁ ଆଣି ଆସୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା।

author-image
Jitendra Garnayak
ଅଦ୍ୟତନ ହୋଇଛି
Accident

Accident

ଭଦ୍ରକ-ଚାନ୍ଦବାଲି ମୁଖ୍ୟରାସ୍ତା ନାଲଗୁଣ୍ଡା ଛକ ନିକଟରେ ରାସ୍ତା ତଳକୁ ଏକ ସ୍କୁଲ ଭ୍ୟାନ ଓଲଟି ପଡ଼ିବାରୁ ୧୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି।

Advertisment

ଦିଗଛିଆ ନିକଟସ୍ଥ ଉତ୍କଳମଣି ଶିଶୁ ଶିକ୍ଷା ମନ୍ଦିରରୁ ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲ ଭ୍ୟାନଟି ଫେରୁଥିବା ବେଳେ ନାଲଗୁଣ୍ଡା ଛକ ନିକଟରେ ରାସ୍ତାରୁ ଖସି ଏକ ପୋଖରୀ ମଧ୍ୟରେ ଓଲଟି ପଡ଼ିଥିଲା।

ଏଥିରେ ୧୦ରୁ ଅଧିକ ଛାତ୍ରଛାତ୍ରୀ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। କିଛି ଜଣ ତିହିଡି ମେଡିକାଲ ଓ ଆଉ କିଛି ଜଣ ଚାନ୍ଦବାଲି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେହିପରି ଆଉ କିଛି ଜଣଙ୍କୁ ଭଦ୍ରକ ଜିଲ୍ଲାକୁ ସ୍ଥାନାନ୍ତର କରାଯାଇଛି।

Advertisment

ଡ୍ରାଇଭର ଦ୍ରୁତଗତିରେ ଗାଡ଼ି ଚଲାଉ ଥିବା ଯୋଗୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। 

Accident