Advertisment

ମଶାରୀ ଟାଙ୍ଗି ସ୍କୁଲରେ ଶୋଇଥିଲେ ଜଗୁଆଳୀ, ଶୁଣ୍ଢରେ ଟାଣିଆଲା ହାତୀ

ଆଉ ବାରଣ୍ଡାରେ ଶୋଇଥିବା ଜଗୁଆଳିଙ୍କ ମଶାରୀକୁ ଶୁଣ୍ଢରେ ଟାଣି ଆଣିଥିଲା। ଯେଉଁଥିପାଇଁ ଜଗୁଆଳି ଶ୍ରୀ ମହାନ୍ତ ବାରଣ୍ଡା ତଳକୁ ଖସି ପଡ଼ିଥିଲେ। ପରେ ତାଙ୍କ ଉପରେ ଡେସ୍କ ଗୁଡ଼ିକ ପଡ଼ି ଯାଇଥିଲା। ତା’ପରେ ଗୋଡ଼ରେ ଡେସ୍କକୁ ମାଡ଼ି ଥିଲା ହାତୀ।

Elephant

Elephant

Advertisment

ରଖେ ହରି ତ ମାରେ କିଏ? ଯାହାଙ୍କୁ ସ୍ୱୟଂ ହରି ରକ୍ଷା କରିବେ, ତାଙ୍କୁ କିଏ ମାରିବ? ଏମିତି କିଛି ଘଟିଛି କେନ୍ଦୁଝର ଜିଲ୍ଲାରେ। ସ୍କୁଲ ଜଗୁଆଳି ମଶାରୀ ଟାଙ୍ଗି ଶୋଇଥିବା ବେଳେ ଶୁଣ୍ଢରେ ଟାଣି ଆଣିଥିଲା ଦନ୍ତା ହାତୀ।

Advertisment

ସହରପଡା ବ୍ଲକ୍‌ ମାଟିଆଗୁନି ସରକାରୀ ଉଚ୍ଚ ବିଦ୍ୟାଳୟ ଜଗୁଆଳି ଭାବେ ଚାକିରି କରୁଛନ୍ତି ରାଜ କିଶୋର ମହାନ୍ତ। ସବୁଦିନ ପରି ସେ ଶୁକ୍ରବାର ରାତିରେ ସ୍କୁଲ ଜଗିଥିଲେ। ରାତି ଅଧିକା ହୋଇଥିବାରୁ ଶ୍ରୀ ମହାନ୍ତ ସ୍କୁଲ ବାରଣ୍ଡାରେ ଡେସ୍କକୁ ଯୋଡ଼ି ମଶାରୀ ଟାଙ୍ଗି ଶୋଇଥିଲେ। ବିଳମ୍ୱିତ ରାତିରେ ନିକଟସ୍ଥ ଜଙ୍ଗଲରୁ ଗୋଟିଏ ଦନ୍ତାହାତୀ ପାଚେରି ଭାଙ୍ଗି ସ୍କୁଲ ଭିତରେ ପଶିଥିଲା।

ଆଉ ବାରଣ୍ଡାରେ ଶୋଇଥିବା ଜଗୁଆଳିଙ୍କ ମଶାରୀକୁ ଶୁଣ୍ଢରେ ଟାଣି ଆଣିଥିଲା। ଯେଉଁଥିପାଇଁ ଜଗୁଆଳି ଶ୍ରୀ ମହାନ୍ତ ବାରଣ୍ଡା ତଳକୁ ଖସି ପଡ଼ିଥିଲେ। ପରେ ତାଙ୍କ ଉପରେ ଡେସ୍କ ଗୁଡ଼ିକ ପଡ଼ି ଯାଇଥିଲା। ତା’ପରେ ଗୋଡ଼ରେ ଡେସ୍କକୁ ମାଡ଼ି ଥିଲା ହାତୀ। କଥାରେ ଅଛି ଯାହାଙ୍କ ଉପରେ ସ୍ୱୟଂ ଭଗବାନଙ୍କ ଆଶୀର୍ବାଦ ରହିଛି, ତାଙ୍କୁ କିଏ ମାରିବ? ସେମିତି କିଛି ଶ୍ରୀ ମହାନ୍ତଙ୍କ କ୍ଷେତ୍ରରେ ଘଟିଥିଲା। ହାତୀଟି କାଠ ଡେସ୍କକୁ ମାଡ଼ି ଭାଙ୍ଗି ଦେଇଥିଲେ ମଧ୍ୟ ଗୋଟିଏ ସାଇଡ୍‌ରେ ଥିବାରୁ ଭାଗବାନଙ୍କ ଆଶୀର୍ବାଦରୁ ରାତ୍ର ଜଗୁଆଳିଙ୍କ ଜୀବନ ବଞ୍ଚି ଯାଇଛି। ସେ ସାମାନ୍ୟ ଆହତ ହୋଇଛନ୍ତି।

Advertisment

ସ୍କୁଲରେ ଉତ୍ପାତ କରିବା ପରେ ହାତୀଟି ଜଙ୍ଗଲକୁ ପଳାଇ ଯାଇଥିଲା। ହାତୀ ଆକ୍ରମଣର ପୂରା ଦୃଶ୍ୟ ସ୍କୁଲରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି।

ରିପୋର୍ଟ-କେନ୍ଦୁଝରରୁ ପ୍ରଣୟ ପାଣି

Kendujhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe