Advertisment

ମାଆ ପାଇଁ ମେଡିସିନ୍‌ ଆଣିବାକୁ ଯାଇଥିଲେ, ପିଟିଦେଲା ବସ୍; ଉତ୍ତେଜନା, ଲାଠି ଚାର୍ଜ

ଆମ୍ବେଦକର ନଗରର ଜଣେ ନାବାଳକ ତାଙ୍କ ମାଆଙ୍କ ପାଇଁ ମେଡିସିନ୍‌ ଆଣିବାକୁ ସମ୍ବଲପୁର ଟାଉନ୍‌କୁ ଯାଉଥିଲେ। ତେବେ ଟାଉନ୍‌ର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ଅଫିସ ସାମ୍ନାରେ ସ୍କୁଟିକୁ ବସ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ।

author-image
Biswajit Samal
ଅଦ୍ୟତନ ହୋଇଛି
Sambalpur

Sambalpur

ବସ୍ ଧକ୍କାରେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ହୋଇଛି। ଆଜି ସନ୍ଧ୍ୟା ବେଳେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସମ୍ବଲପୁର ଟାଉନ୍‌ରେ ଘଟିଛି। ଦୁର୍ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ବସ୍‌ ଭଙ୍ଗାରୁଜା କରିଥିବା କରିଛନ୍ତି। ସ୍ଥିତି ବାହାରକୁ ଯାଉଥିବା ଦେଖି ପୁଲିସ୍‌ ଲାଠି ଚାର୍ଜ କରିଥିଲା।

Advertisment

ଆମ୍ବେଦକର ନଗର ନବମ ଶ୍ରେଣୀ ଛାତ୍ର ଦିଶାନ ନାୟକ ଆଜି ସନ୍ଧ୍ୟା ବେଳେ ମାଆଙ୍କ ପାଇଁ ମେଡିସିନ୍‌ ଆଣିବାକୁ ସ୍କୁଟିରେ ଯାଉଥିଲେ। ତେବେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ଅଫିସ ସାମ୍ନାରେ ସ୍କୁଟିକୁ ବସ୍‌ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ବସ୍‌କୁ ଭଙ୍ଗାରୁଜା କରିଥିଲେ। କ୍ଷତିପୂରଣ ଓ ବସ୍‌ ଚାଳକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଲକ୍ଷ୍ମୀ ଟକିଜ୍‌ ଛକରେ ରାସ୍ତାରୋକ କରିଥିଲେ। ଯାହାଫଳରେ ଗାଡ଼ି ଚଳାଚଳ ଏକ ପ୍ରକାର ଠପ୍‌ ହୋଇଯାଇଛି। ପୁଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା। ହେଲେ ଲୋକମାନେ ଜିଦ୍‌ରେ ଅଟଳ ରହିଥିଲେ।

Advertisment

ସ୍ଥିତି ବାହାରକୁ ଯାଉଥିବା ଦେଖି ପୁଲିସ୍‌ ଲାଠି ଚାର୍ଜ କରିଥିଲା। ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡାଇଥିଲା ପୁଲିସ୍‌। ଜୀବନ ବିକଳରେ ଲୋକମାନେ ଦୌଡ଼ି ପଳାଇ ଯାଇଥିଲେ। ସୁରକ୍ଷା ଦୃଷ୍ଟିରୁ ଟାଉନ୍‌ରେ ବ୍ୟାପକ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି। 

ରିପୋର୍ଟ- ସମ୍ୱଲପୁରରୁ ସଞ୍ଜୟ ଜେନା

Accident Roadaccident Sambalpur