Advertisment

ବ୍ରିଜ ଉପରେ ଛିଡ଼ା ହୋଇଛି ସ୍କୁଟି, ଚାଳକଙ୍କ ପତ୍ତା ମିଳୁନି

କଟକ ନେତାଜୀ ସୁବାଷ ସେତୁ ଉପରେ ଛିଡ଼ା ହୋଇଛି ଅଜଣା ସ୍କୁଟି । ପାଖରେ ଚପଲ ବି ପଡ଼ିଛି । ମାତ୍ର ଚାଳକଙ୍କ ପତ୍ତା ମିଳୁନି ।

author-image
Niharika Rout
ଅଦ୍ୟତନ ହୋଇଛି
scooty on bridge

scooty on bridge

କଟକ ନେତାଜୀ ସୁବାଷ ସେତୁ ଉପରେ ଛିଡ଼ା ହୋଇଛି ସ୍କୁଟି । ପାଖରେ ଚପଲ ବି ପଡ଼ିଛି । ମାତ୍ର ଚାଳକଙ୍କ ପତ୍ତା ମିଳୁନି । ଫଳରେ ସେ ଉଛୁଳା ନଦୀକୁ ଡେଇଁ ପଡ଼ିଥିବା ଅନୁମାନ କରାଯାଉଛି। ମର୍କତନଗର ଥାନା ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

ଆଜି ଭୋରରୁ କଟକ ନେତାଜୀ ସୁବାଷ ସେତୁ ଉପରେ ଏକ ନାଲି ରଙ୍ଗର ସ୍କୁଟି ଥୁଆ ହୋଇଥିବା ଦେଖିବାକୁ ମିଳିଥିଲ। ସ୍କୁଟିରେ ଚାବି ଲାଗିଥିବା ବେଳେ ପାଖରେ ହଳେ ଚପଲ ମଧ୍ୟ ଥୁଆ ହୋଇଛି। ତେଣୁ କେହି ଗାଡ଼ି ରଖିଦେଇ ରାତିରେ ନଦୀକୁ ଡେ଼ଇଁ ଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ନଦୀରେ ପାଣି ଅଧିକ ରହିଥିବା ଯୋଗୁଁ ଘଟଣା ସ୍ପଷ୍ଟ ହେଉନାହିଁ।

ସ୍କୁଟିଟି କାମ ନାମରେ ଅଛି ସେ ନେଇ କିଛି ସୂଚନା ମିଳିନି । ଘଟଣାସ୍ଥଳରେ ମର୍କତନଗର ଥାନା ପୋଲିସ୍ ପହଞ୍ଚି ଛାନଭିନ ଚଳାଇଛି। ଏଥିସହ ତୁରନ୍ତ ସ୍କୁଟି ଚାଳକଙ୍କ ନାମ ଓ ଠିକଣା ଜଣାପଡ଼ିଲେ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଯିବ । ଏହାପରେ ଅଗ୍ନିଶମ ବାହିନୀ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ବୋଲି ପୁଲିସ୍‌ କହିଛି ।

Advertisment
Cuttack