Advertisment

ଦୁର୍ଘଟଣା ପରେ ଶବ ଉପରେ ମାଡିଗଲା ଏକାଧିକ ଗାଡ଼ି, ମୃତକଙ୍କ ପରିଚୟ ପାଉନି ପୁଲିସ

ପୁଲିସ କେବଳ ଗୋଟିଏ ଆଙ୍ଗୁଠି ପାଇଛି। ଏହି ଆଙ୍ଗୁଠିର ଫିଙ୍ଗର ପ୍ରିଣ୍ଟ୍ ଜରିଆରେ ମୃତକଙ୍କ ପରିଚୟ ମିଳିପାରିବ ବୋଲି ଆଶାକରୁଛି ପୁଲିସ।

author-image
Debibandita Barick
Picture From Incident

Picture From Incident

ଉତ୍ତର ପ୍ରଦେଶ ଆଗ୍ରା ଜାତୀୟ ରାଜପଥରେ ବିଚଳିତ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି। ରାସ୍ତା ଉପରେ ଏକ ଶବ ଉପରେ ଗାଡିଗୁଡିକ ଏପରି ମାଡିଯାଇଛି ଯେ ପୁଲିସକୁ ମୃତକଙ୍କ ପରିଚୟ ଜାଣିବା ବି କଷ୍ଟକର ହୋଇପଡିଛି। ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଥିଲା।

Advertisment

ଆଗ୍ରାର ଜାତୀୟ ରାଜପଥରେ ନିଶ୍ଚିହ୍ନ ହୋଇଯାଇଥିବା ଏକ ମୃତଦେହ ଦେଖିବାକୁ ପାଇଥିଲା ପୁଲିସ। ଗତକାଲି ରାତିରେ ଦୁର୍ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରୁଛି ପୁଲିସ। ପ୍ରଥମେ ଦୁର୍ଘଟଣାରେ ମୃତ୍ୟୁ ଘଟିବା ପରେ ଶବ ଉପରେ ଏକାଧିକ ଗାଡି ମାଡି ଯାଇଛି, ଯାହା ଫଳରେ ଶବର ଚିହ୍ନ ବର୍ଣ୍ଣ ହଜିଯାଇଛି।

କୁହୁଡି କାରଣରୁ ଚାଳକମାନେ ମୃତଦେହ ଦେଖିନପାରିବାରୁ ଏପରି ଘଟିଥିବା ପୁଲିସ ଅନୁମାନ କରୁଛି। ରାସ୍ତାର ପାଖାପାଖି 500 ମିଟର ପର୍ଯ୍ୟନ୍ତ ଶରୀରର ବିଭିନ୍ନ ଅଂଶ ଏଣେ ତେଣେ ପଡିଛି। ପୁଲିସ କେବଳ ଗୋଟିଏ ଆଙ୍ଗୁଠି ପାଇଛି। 

Advertisment

ଏହି ଆଙ୍ଗୁଠିର ଫିଙ୍ଗର ପ୍ରିଣ୍ଟ୍ ଜରିଆରେ ମୃତକଙ୍କ ପରିଚୟ ମିଳିପାରିବ ବୋଲି ଆଶାକରୁଛି ପୁଲିସ। ରାସ୍ତାକଡରେ ହଳେ ଜୋତା ମଧ୍ୟ ପଡିଛି। ମୃତକଙ୍କ ବୟସ 40 ବର୍ଷ ହେବ ବୋଲି ପୁଲିସ ଅନୁମାନ କରୁଛି। 

Accident Road Accident UP Accident