Advertisment

ସ୍କେଟିଂ ଅଭ୍ୟାସ ବେଳେ ପିଟିଲା କାର୍, ପୁଲିସ ଅଧିକାରୀଙ୍କ ପୁଅ ମୃତ

ଲକ୍ଷ୍ନୌର ଜନେଶ୍ୱର ମିଶ୍ରା ପାର୍କ ନିକଟରେ ସ୍କେଟିଂ ଚାଳନା ଶିଖୁଥିଲେ ଅତିରିକ୍ତ ପୁଲିସ ଅଧୀକ୍ଷକ ଶ୍ୱେତା ଶ୍ରୀବାସ୍ତବଙ୍କ ପୁଅ ନମିଶ(୧୦)।

ଅଦ୍ୟତନ ହୋଇଛି
Representative Image Of Skating

Representative Image Of Skating

Advertisment

ଦୁର୍ଘଟଣାରେ ଚାଲିଗଲା ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ୧୦ ବର୍ଷୀୟ ପୁଅର ଜୀବନ। ସ୍କେଟିଂ ଅଭ୍ୟାସ ସମୟରେ SUV କାର୍ ଧକ୍କାରେ ତାଙ୍କ ଜୀବନ ଚାଲିଯାଇଛି। ପୁଲିସ ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରିବା ସହ ଦୁର୍ଘଟଣା ଘଟାଇଥିବା SUV କାରକୁ ଜବତ କରିଛି।

Advertisment

ସୂଚନା ଅନୁସାରେ, ଲକ୍ଷ୍ନୌର ଜନେଶ୍ୱର ମିଶ୍ରା ପାର୍କ ନିକଟରେ ସ୍କେଟିଂ ଚାଳନା ଶିଖୁଥିଲେ ଅତିରିକ୍ତ ପୁଲିସ ଅଧୀକ୍ଷକ ଶ୍ୱେତା ଶ୍ରୀବାସ୍ତବଙ୍କ ପୁଅ ନମିଶ(୧୦)। ଏହି ସମୟରେ ନମିଶଙ୍କ ସହ ତାଙ୍କ କୋଚ୍ ମଧ୍ୟ ଥିଲେ। ହଠାତ୍ ଏକ SUV ଗାଡି ଆସି ନମିଶଙ୍କୁ ଧକ୍କା ଦେଇଥିଲା। ଆହତ ଅବସ୍ଥାରେ ତାଙ୍କୁ ନିକଟସ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ଆଜି ସକାଳ ପ୍ରାୟ ୫.୩୦ ସମୟରେ ଦୁର୍ଘଟଣା ଘଟିଛି। ଏନେଇ ଡେପୁଟି କମିଶନର (ଡିସିପି) ଆଶିଷ ଶ୍ରୀବାସ୍ତବ ସୂଚନା ଦେଇଛନ୍ତି।

Advertisment

ଡିସିପି ଆଶିଷ ଶ୍ରୀବାସ୍ତବ କହିଛନ୍ତି ଯେ, ଘଟଣାର ସିସିଟିଭି ଫୁଟେଜକୁ ଆଧାର କରି ଧକ୍କା ଦେଇଥିବା SUV କାରକୁ ଜବତ କରାଯାଇଛି। ସାର୍ଥକ ସିଂହ ଏବଂ ଦେବଶ୍ରୀ ବର୍ମା ନାମକ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଉଭୟଙ୍କ ନାମରେ ଏକାଧିକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି। ଖୁବ୍ ଶୀଘ୍ର ସେମାନଙ୍କୁ ରିମାଣ୍ଡରେ ନିଆଯିବ  

Accident Lucknow Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe