Advertisment

NHରେ ସିରିଜ୍‌ ଦୁର୍ଘଟଣା; ୪ଟି କାର୍‌କୁ ପିଟିଲା ଟ୍ରକ୍‌, ଉତ୍ତେଜନା

ଆଜି ଅପରାହ୍ନରେ ଗୋଟିଏ ଟ୍ରକ୍‌ ଦ୍ରୁତ ଗତିରେ ଯାଇ ଗୋଟିଏ ପରେ ଗୋଟିଏ କାର୍‌ ଓ ବାଇକ୍‌କୁ ଧକ୍କା ଦେଇଥିଲା। ଟ୍ରକ୍‌ ଧକ୍କାରେ କାର୍‌ ଚୁରମାର ହୋଇଯାଇଛି। କାର୍‌ ଭତିରେ ଲୋକମାନେ ଫସି ରହିଥିଲେ।

ଅଦ୍ୟତନ ହୋଇଛି
Accident

Accident

Advertisment

ଭୁବନେଶ୍ୱର ପଳାଶୁଣି ଛକରେ ସିରିଜ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ୪ରୁ ଅଧିକ କାର୍‌ ଓ ବାଇକ୍‌କୁ ଧକ୍କା ଦେଇଛି। ଯାହାଫଳରେ କାର୍‌ ଭିତରେ ବସିଥିବା ଲୋକମାନେ ଆହତ ହୋଇଛନ୍ତି। ଏହାକୁ ନେଇ ଜାତୀୟ ରାଜପଥରେ ଉତ୍ତେଜନା ପ୍ରକାଶ ପାଇଛି। ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରୁଥିବା ଜଣାପଡ଼ିଛି।

Advertisment

ଆଜି ଅପରାହ୍ନରେ ଗୋଟିଏ ଟ୍ରକ୍‌ ଦ୍ରୁତ ଗତିରେ ଯାଇ ଗୋଟିଏ ପରେ ଗୋଟିଏ କାର୍‌ ଓ ବାଇକ୍‌କୁ ଧକ୍କା ଦେଇଥିଲା। ଟ୍ରକ୍‌ ଧକ୍କାରେ କାର୍‌ ଚୁରମାର ହୋଇଯାଇଛି। କାର୍‌ ଭତିରେ ଲୋକମାନେ ଫସି ଯାଇଥିଲେ। ସ୍ଥାନୀୟ ଲୋକ ଓ କମିଶନରେଟ୍‌ ପୁଲିସ୍‌ କାର୍‌ ଭିତରୁ ଆହତଙ୍କୁ ଉଦ୍ଧାର କରି କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରିଛି। ଏହି ସରିଜ୍‌ ଦୁର୍ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଫୁଟ୍‌ ଓଭର ବ୍ରିଜ୍‌ ଦାବିରେ ସ୍ଥାନୀୟ ଲୋକ ଜାତୀୟ ରାଜପଥ ଅବରୋଧ କରିଥିଲେ। ଯାହାଫଳରେ ଗାଡ଼ି ଚଳାଚଳ ଠପ୍‌ ହୋଇଯାଇଥିଲା। କମିଶନରେଟ୍‌ ପୁଲିସ୍‌ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ରାସ୍ତାରୁ ହଟାଇଥିଲା। ଏଥିସହ ପ୍ରତିବାଦ କରୁଥିବା ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡ଼ିଛି।

ସୂଚନାରୁ ପ୍ରକାଶ, ଗତ ୬ ମାସରେ ପଳାଶୁଣି ଛକରେ ଦୁର୍ଘଟଣାଘଟି ୧୩ରୁ ଅଧିକ ଲୋକ ଆହତ ହୋଇଛନ୍ତି। ବାରମ୍ୱାର ସେହି ସ୍ଥାନରେ ଦୁର୍ଘଟଣା ଘଟୁଥିବାରୁ ଫୁଟ୍‌ ଓଭର ବ୍ରିଜ୍‌ ନିର୍ମାଣ ପାଇଁ ଦାବି ହେଉଥିଲା। ଏଥିପାଇଁ ସାଂସଦ ପାଣ୍ଠିରୁ ଅର୍ଥ ମଞ୍ଜୁର କରାଯାଇଥିଲା। ହେଲେ ସ୍ଥାନ ନିରୁପଣ ହୋଇପାରୁନଥିବାରୁ ଫୁଟ୍‌ ଓଭର ବ୍ରିଜ୍‌ ନିର୍ମାଣ ହୋଇପାରୁନଥିବା ଚର୍ଚ୍ଚା ହେଉଛି।

Advertisment
Bhubaneswar Accident Bhubaneswar News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe