Advertisment

ହାଇୱା ଧକ୍କାରେ ଓଲଟିଲା ୩ ଟ୍ରେଲର୍‌; ଜଣେ ଡ୍ରାଇଭର ମୃତ, ଜଣେ ଗୁରୁତର

ଭାରସାମ୍ୟ ହରାଇ ହାଇୱାଟି ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରେଲରକୁ ପଛପଟୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଲାଇନରେ ଠିଆ ହୋଇଥିବା ୩ଟି ଟ୍ରେଲର ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡିଥିଲା ।

Accident

Accident

Advertisment

କେନ୍ଦୁଝର ଜିଲ୍ଲା ବଡବିଲ ଥାନା ଏନଏଚ ୫୨୦ ଟଣ୍ଟୋ ନିକଟବର୍ତ୍ତୀ କାଶିଆ ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସିରିଜ ଦୁର୍ଘଟଣା ଘଟିଛି। ଏକ ହାଇୱା ଧକ୍କାରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ୩ଟି ଟ୍ରେଲର ଓଲଟି ପଡ଼ିଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଏହି ଦୁର୍ଘଟଣାରେ ଜଣେ ଟ୍ରେଲର ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଟ୍ରେଲର ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ହାଇୱା ସମେତ ୩ଟି ଟ୍ରେଲର ରାସ୍ତା କଡକୁ ଓଲଟି ପଡିଛି ।

Advertisment

ଏକ ୧୬ ଚକିଆ ହାଇୱା ଟ୍ରକ୍ କୋଇଡ଼ା ଅଞ୍ଚଳରୁ ଲୁହାପଥର ଗୁଣ୍ଡ ବୋଝେଇ କରି ବଲାଣୀ ରେଳ ସାଇଡିଂ ଅଭିମୁଖେ ଯାଉଥିଲା। ମାତ୍ର କାଶିଆ ଛକ ନିକଟରେ ଗାଡ଼ିର ଆଗ ଚକ ଫାଟିଯାଇଥିଲା। ଫଳରେ ଭାରସାମ୍ୟ ହରାଇ ହାଇୱାଟି ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରେଲରକୁ ପଛପଟୁ ଧକ୍କା ଦେଇଥିଲା ।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଲାଇନରେ ଠିଆ ହୋଇଥିବା ୩ଟି ଟ୍ରେଲର ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡିଥିଲା । ହାଇୱା ପ୍ରଥମେ ଧକ୍କା ମାରିଥିବା ଟ୍ରେଲରଟି ଏହି ଦୁର୍ଘଟଣାରେ ବହୁତ କ୍ଷତିଗ୍ରସ୍ତ ହୋଇଛି। ଦୁର୍ଘଟଣା ସମୟରେ ଟ୍ରେଲର ଡ୍ରାଇଭର କ୍ୟାବିନ ଭିତରେ ଶୋଇଥିବା ବେଳେ ଚାପି ହୋଇ ମୃତ୍ୟୁମୁଖରେ ପଡ଼ିଛନ୍ତି।

Advertisment

ଏହି ଦୁର୍ଘଟଣା ଘଟାଇଥିବା ହାଇୱା ଡ୍ରାଇଭର ଗୁରୁତର ଅବସ୍ଥାରେ ଚାପି ହୋଇ ହୋଇ ଯାଇଥିବା ବେଳେ ଆଉ ବାହାରି ପାରି ନ ଥିଲେ। ଘଟଣା ସ୍ଥଳରେ ବଡ଼ବିଲ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚିବା ପରେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା । ଗ୍ୟାସ କଟର ସାହାଯ୍ୟରେ ଗୁରୁତର ଡ୍ରାଇଭରକୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ବଡବିଲ ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି ।

ପୁଲିସ ଘଟଣାର ତଦନ୍ତ ଜାରୀ ରଖିଥିଲେହେଁ ମୃତକ କିମ୍ବା ଗୁରୁତରଙ୍କ ପରିଚୟ ମିଳିପାରି ନାହିଁ । ତେବେ ଗାଡ଼ିମାନଙ୍କର ଦ୍ରୁତ ଗତି ଏବଂ ରାସ୍ତା ଉପରେ ବେଆଇନ ପାର୍କିଂ ଦୁର୍ଘଟଣାର କାରଣ ବୋଲି କୁହାଯାଉଛି ।

Keonjhar Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe