Advertisment

କୁହୁଡ଼ି ହେଲା କାଳ; ପିଟାପିଟି ହେଲେ ୭ଟି ଗାଡ଼ି

ରାସ୍ତା ପାର୍ଶ୍ୱରେ ଏକ ଖରାପ ହୋଇ ଯାଇଥିବା ଟ୍ରକ୍‌ ଛିଡ଼ା ହୋଇଥିବା ବେଳେ ସେଥିରେ ଏକ କାର୍‌ ପିଟି ହୋଇଥିଲା। ପରେ ଉକ୍ତ କାର୍‌ରେ ଆଉ ୪ଟି କାର୍‌ ପିଟି ହୋଇଥିଲେ।

author-image
Niharika Rout
Accident

Accident

ଘନ କୁହୁଡ଼ି ହେଲା କାଳ। କୁହୁଡ଼ି ପାଇଁ ପଶ୍ଚିମବଙ୍ଗର ଉତ୍ତର ଦିନାଜପୁର ଜିଲ୍ଲାରେ ଗତ ରାତିରେ ଏକ ମର୍ମନ୍ତୁଦ ସିରିଜ ଦୁର୍ଘଟଣା ଘଟିଛି। ରାସ୍ତା ପାର୍ଶ୍ୱରେ ଏକ ଖରାପ ହୋଇ ଯାଇଥିବା ଟ୍ରକ୍‌ ଛିଡ଼ା ହୋଇଥିବା ବେଳେ ସେଥିରେ ଏକ କାର୍‌ ପିଟି ହୋଇଥିଲା। ପରେ ଉକ୍ତ କାର୍‌ରେ ଆଉ ୪ଟି କାର୍‌ ପିଟି ହୋଇଥିଲେ। କିଛି ସମୟ ପରେ ଗୋଟିଏ ତେଲ ଟ୍ୟାଙ୍କର ଓ ବସ୍ ମଧ୍ୟ ଟ୍ରକ୍ ସହ ପିଟି ହୋଇଯାଇଥିଲେ । ଏହି ଦୁର୍ଘଟଣାରେ ୨ କାର୍‌ ଚାଳକ ଆହତ ହୋଇଛନ୍ତି। 

Advertisment

ଗତକାଲି ବିଳମ୍ବିତ ରାତିରେ ସୁଫଲଗଡ ଅଞ୍ଚଳର ଜାତୀୟ ରାଜପଥ ୩୧ରେ ଗୋଟିଏ ଟ୍ରକର ଚକା ଖରାପ ହୋଇଯାଇଥିଲା । ଫଳରେ ଟ୍ରକଟି ରାତିସାରା ରାସ୍ତାରେ ରହିଥିଲା ।

ସକାଳୁ ଘନ କୁହୁଡି ଯୋଗୁଁ ଦ୍ରୁତ ଗତିରେ ଆସୁଥିବା ଏକ କାର୍‌ ଟ୍ରକ୍‌କୁ ଧକ୍କା ଦେଇଥିଲା । ଏହାପରେ ୪ଟି କାର୍ ପରସ୍ପର ସହ ଧକ୍କା ହୋଇଥିଲା । କୁହୁଡି ଯୋଗୁଁ ରାସ୍ତା ଦେଖାଯାଇ ନ ଥିଲା । ଏହାର କିଛି ସମୟ ପରେ ଗୋଟିଏ ତେଲ ଟ୍ୟାଙ୍କର ଓ ବସ୍ ମଧ୍ୟ ଟ୍ରକ୍ ସହ ପିଟି ହୋଇଯାଇଥିଲା ।

Advertisment

ଦୁର୍ଘଟଣାରେ ଦୁଇଜଣ କାର ଚାଳକ ଆହତ ହୋଇଛନ୍ତି। ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିଗୁଡିକୁ ରାସ୍ତାରୁ ହଟାଇ ଦିଆଯାଇଛି।

Road Accident West Bengal