Advertisment

Accident: ଭୁବନେଶ୍ୱରରେ ସିରିଜ୍ ଦୁର୍ଘଟଣା

ରାଜଧାନୀ ଭୁବନେଶ୍ୱରରେ ଘଟିଛି ସିରିଜ୍ ଦୁର୍ଘଟଣା। ଏଥିରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଭୁବନେଶ୍ୱରର ଇନ୍‌ଫୋଭ୍ୟାଲି ଥାନା ଅନ୍ତର୍ଗତ ମଦନପୁର ଅଞ୍ଚଳରେ ଘଟିଛି ଏହି ଦୁର୍ଘଟଣା।

accident
Advertisment

ରାଜଧାନୀ ଭୁବନେଶ୍ୱରରେ ଘଟିଛି ସିରିଜ୍ ଦୁର୍ଘଟଣା। ଏଥିରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି।

Advertisment

ଭୁବନେଶ୍ୱରର ଇନ୍‌ଫୋଭ୍ୟାଲି ଥାନା ଅନ୍ତର୍ଗତ ମଦନପୁର ଅଞ୍ଚଳରେ ଘଟିଛି ଏହି ଦୁର୍ଘଟଣା। ଗୋହିରା ଛକରୁ ବାଗଚୀ ହସ୍‌ପିଟାଲ ରାସ୍ତାରେ ଦୁଇଟି କାର ସହିତ ଏକ ସ୍କୁଟିର ଧକ୍କା ହୋଇଥିଲା। ଦୁଇଟି ଯାକ କାର ରାସ୍ତା କଡ଼ରେ ଥିବା ବିଲରେ ପଡ଼ିଥିଲେ।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ୬ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଘଟଣାଟି କେମିତି ଓ କାହିଁକି ଘଟିଲା, ତା’ର ତଦନ୍ତ କରୁଛି। 

Advertisment

ଗତକାଲି ରାଜଧାନୀର ବଡ଼ଗଡ଼ରେ ଏକ ଦୁର୍ଘଟଣା ଘଟିଥିଲା। ଦ୍ରୁତଗତିରେ ଯାଉଥିବା ଏକ ଟ୍ରାଭେଲର ଏକ ବ୍ୟାଟେରୀ ଚାଳିତ ଅଟୋକୁ ପିଟି ଧକ୍କା ଦେଇଥିଲା। ଏହା ସହିତ ଟ୍ରାଭେଲରଟି ଏକ ଦୋକାନ ଭିତରକୁ ମାଡ଼ି ଯାଇଥିଲା। ଟ୍ରାଭେଲର ଡ୍ରାଇଭର ନିଶାସକ୍ତ ହୋଇ ଗାଡ଼ି ଚଲାଉଥିଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe