Advertisment

ଭୟଙ୍କର ସଡ଼କ ଦୁର୍ଘଟଣା: ଚାଲିଗଲା ୭ ଜଣଙ୍କ ଜୀବନ

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସ୍‌ର ସାମ୍ନା ପଟ ପୂରା ଛିନଛତ୍ର ହୋଇ ଯାଇଥିଲା। ଘଟଣା ସ୍ଥଳରେ ୨ଟି ଯାକ ଟ୍ରକର ଡ୍ରାଇଭର, ବସ୍‌ର ଡ୍ରାଇଭର ଓ ୪ ଜଣ ଯାତ୍ରୀ ପ୍ରାଣ ହରାଇଥିଲେ।

author-image
Hemant Lenka
Accident

Accident

ଆନ୍ଧ୍ର ପ୍ରଦେଶର ନେଲ୍ଲୋର ନିକଟରେ ଆଜି ଭୋର ସମୟରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨ଟି ମାଲ ବୋଝେଇ ଟ୍ରକ ଓ ଗୋଟିଏ ବସ୍‌ ମଧ୍ୟରେ ଦୁର୍ଘଟଣା ହେବାରୁ ୭ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ଆଉ ୧୫ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି।

Advertisment

ମିଳିଥିବା ସୂଚନା ଅନୁସାରେ, ଦୁଇଟି ମାଲ ବୋଝେଇ ଟ୍ରକ ଓ ଗୋଟିଏ ଯାତ୍ରୀବାହୀ ବସ ମଧ୍ୟରେ କାଭାଲି ଟୋଲ ପ୍ଲାଜା ନିକଟରେ ଦୁର୍ଘଟଣା ହୋଇଛି। ରାତି ପ୍ରାୟ ୨ଟା ବେଳେ ପ୍ରଥମେ ଗୋଟିଏ ମାଲ ବୋଝେଇ ଟ୍ରକ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଆଉ ଗୋଟିଏ ଟ୍ରକକୁ ଧକ୍କା ଦେଇଥିଲା। ଏହାପରେ ଦୁର୍ଘଟଣା ଘଟାଇଥିବା ଟ୍ରକଟି ସାମ୍ନା ପଟୁ ଆସୁଥିବା ଯାତ୍ରୀବାହୀ ବସ ସହ ମଧ୍ୟ ପିଟି ହୋଇଯାଇଥିଲା।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସ୍‌ର ସାମ୍ନା ପଟ ପୂରା ଛିନଛତ୍ର ହୋଇ ଯାଇଥିଲା। ଘଟଣା ସ୍ଥଳରେ ୨ଟି ଯାକ ଟ୍ରକର ଡ୍ରାଇଭର, ବସ୍‌ର ଡ୍ରାଇଭର ଓ ୪ ଜଣ ଯାତ୍ରୀ ପ୍ରାଣ ହରାଇଥିଲେ।

Advertisment

ଖବର ପାଇ ତୁରନ୍ତ ପୁଲିସ୍‌ ଓ ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଦୀର୍ଘ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଗାଡ଼ି ମଧ୍ୟରୁ ମୃତାହତଙ୍କୁ ବାହାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଏବେ ହସ୍ପିଟାଲରେ ୧୫ ଜଣଙ୍କ ଚିକିତ୍ସା ଚାଲିଛି।

ପୁଲିସ୍‌ କହିଛି ଯେ ବସ୍‌ଟି ଚେନ୍ନାଇରୁ ହାଇଦ୍ରାବାଦ ଯାଉଥିଲା। ଅଧା ବାଟରେ ଦୁର୍ଘଟଣା ହୋଇଛି। ଦୁର୍ଘଟଣାଗ୍ରସ୍ତ ଗାଡ଼ି ଗୁଡ଼ିକୁ ଜବତ କରି ଘଟଣାର ଅଧିକ ତଦନ୍ତ କରାଯାଉଛି।

Accident Andhra Pradesh