Advertisment

ବସ୍‌-ଭ୍ୟାନ୍ ମୁହାଁମୁହିଁ ଧକ୍କା: ଗୋଟିଏ ପରିବାରର ୭ ମୃତ

ଏହି ଦୁର୍ଘଟଣାରେ ୨ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ଜୟପୁର ସ୍ଥାନାନ୍ତର କରାଯାଇଛି।

Accident

Accident

Advertisment

ବସ୍ ଓ ଭ୍ୟାନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଯୋଗୁ ଗୋଟିଏ ପରିବାରର ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୨ ଜଣ ଆହତ ହୋଇଛନ୍ତି। ରାଜସ୍ଥାନର ନବଗଠିତ ଡିଡୱାନା-କୁଚାମନ ଜିଲ୍ଲାରେ ଶନିବାର ଘଟିଛି ଏହି ଘଟଣା।

Advertisment

ମୃତାହତମାନେ ଏକ ଭ୍ୟାନ୍ ଯୋଗେ ସିକରରୁ ନାଗପୁର ଯାଉଥିଲେ। ସେମାନେ ଏକ ବାହାଘରରେ ଯୋଗ ଦେବା ପାଇଁ ଯାଉଥିବା ବେଳେ ଖୁନ୍‌ଖୁନା ଥାନା ଅନ୍ତର୍ଗତ ବନ୍ଥାଡ଼ି ଗାଁ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ।

ଆହତ ଦ୍ୱୟଙ୍କୁ ପ୍ରଥମେ ବଙ୍ଗାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ ଜୟପୁର ସ୍ଥାନାନ୍ତର କରାଯାଇଥିଲା। ଏ ଦୁର୍ଘଟଣା କାହିଁକି ଘଟିଲା, ତାହା ସ୍ପଷ୍ଟ ହୋଇପାରିନାହିଁ।

Advertisment
Road Accident Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe