Advertisment

କେନାଲକୁ ଖସିଲା କାର୍, ଗୋଟିଏ ପରିବାରର ୭ ମୃତ

ମୃତକଙ୍କ ମଧ୍ୟରେ ତିନି ଜଣ ମହିଳା ଏବଂ ଚାରି ଜଣ ଛୋଟ ପିଲା ଅଛନ୍ତି।

ଅଦ୍ୟତନ ହୋଇଛି
Accident Spot

Accident Spot

Advertisment

ହରିୟାଣାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କେନାଲକୁ କାର୍ ଖସି ୭ ଜଣଙ୍କ ମୃତ୍ୟୁ ଘଟି ଥିବାବେଳେ ଦୁଇ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ତିନି ଜଣ ମହିଳା ଏବଂ ଚାରି ଜଣ ଛୋଟ ପିଲା ଥିବା ଜଣାପଡ଼ିଛି।

Advertisment

ସୂଚନା ଅନୁସାରେ, ହରିୟାଣର ଗୋଟିଏ ପରିବରର ଆଠ ଜଣ ସଦସ୍ୟ ଏବଂ ଡ୍ରାଇଭରଙ୍କୁ ମିଶାଇ ୯ ଜଣ ଦଶହରା ଉପଲକ୍ଷେ ଆୟୋଜିତ ହୋଇଥିବା ବାବା ରାଜପୁରି ମେଳା ବୁଲିବାକୁ ଯାଉଥିଲେ। ଏହି ସମୟରେ ମୁନ୍ଦିର ଗାଁ ନିକଟରେ ଦୁର୍ଘଟଣା ଘଟିଥିଲା।

ମୁନ୍ଦିର ଗାଁ ନିକଟରେ ଥିବା କୈଥାଲ କେନାଲକୁ ଖସି ପଡ଼ିଥିଲା କାର୍। ଫଳରେ ତିନି ଜଣ ମହିଳାଙ୍କ ସମେତ ସାତ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଖବର ପାଇ ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଡ୍ରାଇଭର ଭାରସାମ୍ୟ ହରାଇ ଥିବାରୁ ଦୁର୍ଘଟଣା ଘଟିଥିବା ପୁଲିସ କହିଛି।  

Accident Haryana Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe