Advertisment

ଜାତୀୟ ରାଜପଥରେ ଦୁଇ ବସ୍‌ ମୁହାଁମୁହିଁ ଧକ୍କା, ଅନେକ ଆହତ

ବୀରମହାରାଜପୁରରୁ ଯାତ୍ରୀଙ୍କୁ ଧରି ସମ୍ୱଲପୁର ଅଭିମୁଖେ ଯାଉଥିଲା ବସ୍‌। ତେବେ ସୋନପୁର-ସମ୍ବଲପୁର ଜାତୀୟ ରାଜପଥର ଡୁଡୁପାଲି ଛକରେ ସମ୍ମୁଖରୁ ଆସୁଥିବା ଅନ୍ୟ ଏକ ବସ୍‌ ସହ ଧକ୍କା ହୋଇଥିଲା। ଯାହାଫଳରେ ଦୁଇ ଡ୍ରାଇଭରଙ୍କ ସମେତ ଅନେକ ବସ୍‌ ଯାତ୍ରୀ ଆହତ ହୋଇଛନ୍ତି।

author-image
Manoranjan Sial
ଅଦ୍ୟତନ ହୋଇଛି
Bus

Bus

ସୋନପୁର-ସମ୍ବଲପୁର ଜାତୀୟ ରାଜପଥରେ ଆଜି ସନ୍ଧ୍ୟାରେ ଦୁଇଟି ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୧୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Advertisment

ବୀରମହାରାଜପୁରରୁ ଯାତ୍ରୀଙ୍କୁ ଧରି ସମ୍ୱଲପୁର ଅଭିମୁଖେ ଯାଉଥିଲା ଏକ ବସ୍‌। ତେବେ ସୋନପୁର-ସମ୍ବଲପୁର ଜାତୀୟ ରାଜପଥର ଡୁଡୁପାଲି ଛକରେ ସମ୍ମୁଖରୁ ଆସୁଥିବା ଅନ୍ୟ ଏକ ବସ୍‌ ସହ ଏହାର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଦୁଇ ବସ୍‌ର ଡ୍ରାଇଭରଙ୍କ ସମେତ ଅନେକ ଯାତ୍ରୀ ଫସି ଯାଇଥିଲେ। ସ୍ଥାନୀୟ ଲୋକେ ଏନେଇ ଅଗ୍ନିଶମ ବିଭାଗକୁ ଖବର ଦେବା ସହିତ ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଥିଲେ। ଅଗ୍ନିଶମ କର୍ମଚାରୀମାନେ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଦୁଇ ବସ୍‌ ଭିତରୁ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ।

ଉଦ୍ଧାର ହୋଇଥିବା ସମସ୍ତ ଯାତ୍ରୀଙ୍କୁ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଭିତରୁ ୧୦ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗ ଜନକ ରହିଛି। ଅନ୍ୟପକ୍ଷରେ ବସ୍‌ ଭିତରେ ଫସି ରହିଥିବା ଦୁଇ ଡ୍ରଇଭରଙ୍କ ମଧ୍ୟରୁ ଜଣକୁ ଉଦ୍ଧାର କରାଯାଇଛି। ଅନ୍ୟ ଜଣେ ଏବେ ମଧ୍ୟ ବସ୍‌ ଭିତରେ ଫସି ରହିଛି। ଅଗ୍ନିଶମ କର୍ମଚାରୀମାନେ କଟର ମାଧ୍ୟମରେ ବସ୍‌ ଡୋର କାଟି ଡ୍ରାଇଭରଙ୍କୁ ଉଦ୍ଧାର କରୁଥିବା ଜଣାପଡ଼ିଛି।

Advertisment

ରିପୋର୍ଟ-ସୋନପୁରରୁ ରବୀନ୍ଦ୍ର ହୋତା

Accident Sambalpur Bus Accident