Advertisment

ଭୁସ୍ଖଳନ ଯୋଗୁ ଭୁଶୁଡ଼ିଲା ମନ୍ଦିର, ଭିତରେ ଥିଲେ ୫୦ ଶ୍ରଦ୍ଧାଳୁ

ଉକ୍ତ ସମୟରେ ମନ୍ଦିରରେ ଥିବା ୫୦ ଜଣ ମାଟି ତଳେ ଦବି ଯାଇଛନ୍ତି। ସେମାନଙ୍କ ମଧ୍ୟରୁ କେବଳ ୯ ମୃତଦେହ ଉଦ୍ଧାର କରାଯାଇଛି।

author-image
Niharika Rout
ଅଦ୍ୟତନ ହୋଇଛି
Temple

Temple

ହିମାଚଳ ପ୍ରଦେଶରେ ତାଣ୍ଡବ ରଚୁଛି ପ୍ରକୃତି। କେଉଁଠି ଲଗାଣ ବର୍ଷା ତ କେଉଁଠି ବାଦଲ ଫଟା ବର୍ଷା ଯୋଗୁ ପାହାଡ଼ରୁ ଅତଡ଼ା ଖସିବା ସହ ହେଉଛି ଭୁସ୍ଖଳନ । ଫଳରେ ଆଖି ପିଛୁଳାକେ ଚାଲି ଯାଉଛି ବହୁ ଜୀବନ ।

Advertisment

ହିମାଚଳ ପ୍ରଦେଶର ସିମଲାରେ ଘଟିଛି ଏପରି ଏକ ଅଘଟଣ । ଭୁସ୍ଖଳନ ହୋଇ ଏକ ମନ୍ଦିର ମାଟି ତଳେ ଦବି ଯାଇଛି। ଫଳରେ ଉକ୍ତ ସମୟରେ ମନ୍ଦିରରେ ଥିବା ୫୦ ଜଣ ମାଟି ତଳେ ଦବି ଯାଇଛନ୍ତି। ସେମାନଙ୍କ ମଧ୍ୟରୁ କେବଳ ୯ ମୃତଦେହ ଉଦ୍ଧାର କରାଯାଇଛି। ଅନ୍ୟମାନଙ୍କ ପତ୍ତା ମିଳିନି । ତେଣୁ ମୃତକଙ୍କ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି।

ଶ୍ରାବଣ ମାସ ପାଇଁ ସିମଲାର ସମୀରହିଲ ଅଞ୍ଚଳର ଏକ ଶିବ ମନ୍ଦିରରେ ପ୍ରବଳ ଭିଡ଼ ହୋଇଥିଲା। ଉକ୍ତ ସମୟରେ ପ୍ରବଳ ବର୍ଷା ହେତୁ ମନ୍ଦିରଟି ଦବି ଯାଇଛି। ଉକ୍ତ ସମୟରେ ମନ୍ଦିର ପରିସରରେ ୫୦ ଶ୍ରଦ୍ଧାଳୁ ଥିବା ଜଣାଯାଇଛି। ୯ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟମାନଙ୍କୁ ମାଟି ଗଦାରୁ ଉଦ୍ଧାର କରିବା ପାଇଁ ଜୋରସୋରରେ ସର୍ଚ୍ଚ ଅପରେସନ ଚାଲିଛି।

Advertisment

ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ଏହି ଘଟଣା ସମ୍ପର୍କରେ ସୂଚନା ଦେବା ସହ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏଥିସହ ଶ୍ରଦ୍ଧାଳୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ସ୍ଥାନୀୟ ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ କାମ ଚଳାଇଥିବା କହିଛନ୍ତି।

ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ଏବେ ଲଗାଣ ବର୍ଷା ଲାଗି ରହିଥିବାରୁ ବିଭିନ୍ନ ସ୍ଥାନରେ ଭୁସ୍ଖଳନ ହୋଇ ଯୋଗଯୋଗ ବିଚ୍ଛିନ୍ନ ହୋଇ ଯାଇଛି। ବିଭିନ୍ନ ନଦୀରେ ଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଗତକାଲି ରାତିରେ ହିମାଚଳ ପ୍ରଦେଶର ସୋଲନ ଅଞ୍ଚଳରେ ବାଦଲ ଫଟା ବର୍ଷା ହୋଇ ୭ ଜଣଙ୍କ ମୃତ୍ୟୁ ହୋଇଛି।

ଉତ୍ତରାଖଣ୍ଡ ଡେରାଡୁନରେ ନଦୀ କୂଳରେ ଥିବା ଡିଫେନ୍ସ କଲେଜ ବିଲ୍ଡିଂ ଭୁଶୁଡି ଭାସି ଯାଇଥିବା ବେଳେ ବହୁ ଘର ମାଟି ତଳେ ଦବିଯାଇଛି ।  

Deadbody Himachal Pradesh Landslide