Advertisment

ମଝି ସମୁଦ୍ରରେ ବୁଡ଼ିଗଲା ଜାହାଜ, ୬୧ ଶରଣାର୍ଥୀ ମୃତ

ମହିଳା ଓ ଶିଶୁଙ୍କ ସମେତ ୬୧ଜଣ ଶରଣାର୍ଥୀଙ୍କ ମୃତ୍ୟୁ ହୋଇଛି।

author-image
Madhupriya Mistry
Ship Sniks

Ship Sniks

ମଝି ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କୁ ନେଇ ଆସୁଥିବା ଜାହାଜ। ଫଳରେ ଏହି ଦୁର୍ଘଟଣାରେ ୬୧ ଜଣ ଶରଣାର୍ଥୀଙ୍କ ମୃତ୍ୟୁ ହୋଇଛି। ଶନିବାର ଲିବ୍ୟା ଉପକୂଳ ଠାରୁ ଦୂର ଭୂମଧ୍ୟସାଗରରେ ଘଟିଛି ଏଭଳି କିଛି ଦୁର୍ଘଟଣା।

Advertisment

ସୂଚନା ମୁତାବକ, ଏହି ଜାହାଜରେ ୮୦ରୁ ଅଧିକ ଲୋକ ଥିଲେ। ଯେଉଁଥିରେ ମହିଳା ଓ ଶିଶୁ ମଧ୍ୟ ସାମିଲ ଥିଲେ। ତେବେ ଜାହାଜ ଦୁର୍ଘଟଣାଗ୍ରସ୍ତ ହେବାରୁ ମହିଳା ଓ ଶିଶୁଙ୍କ ସମେତ ୬୧ଜଣ ଶରଣାର୍ଥୀ ଓ ରାଜନୈତିକ ଆଶ୍ରୟ ଆଶାୟୀ ବୁଡ଼ିଯାଇଥିବା ‘ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଅର୍ଗାନାଇଜେସନ୍‌ ଫର୍‌ ମାଇଗ୍ରେସନ’ ବା ଆଇଓଏମ୍‌ କହିଛି।

ଆଇଓଏମ୍‌ କହିଛି, ଲିବ୍ୟାର ଉତ୍ତରପଶ୍ଚିମ ଉପକୂଳରେ ଅବସ୍ଥିତ ଜୁୱାରା ନଗରୀରୁ ଯାତ୍ରା ଆରମ୍ଭ କରିଥିବା ଉକ୍ତ ଜାହାଜଟି ସମ୍ଭବତଃ ବଡ଼ ବଡ଼ ଢେଉ ଆସିବା ଦ୍ୱାର ଓଲଟି ପଡ଼ିଥିଲା। ଏଥିଯୋଗୁ ଏତେ ସଂଖ୍ୟକ ପ୍ରବାସୀଙ୍କର ମୃତ୍ୟୁ ଘଟିଲା।

Advertisment

ଗତକାଲି ଜାହାଜ ଦୁର୍ଘଟଣାରେ ବୁଡ଼ିଯାଇଥିବା ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ଥିଲେ ନାଇଜେରିଆ, ଗାମ୍ବିଆ ଓ ଅନ୍ୟାନ୍ୟ ଆଫ୍ରିକୀୟ ଦେଶର ବାସିନ୍ଦା ବୋଲି ଆଇଓଏମ୍‌ କାର୍ଯ୍ୟାଳୟ କହିଛି। ଦୁର୍ଘଟଣାସ୍ଥଳରୁ ପ୍ରାୟ ୨୫ଜଣ ଲୋକଙ୍କୁ ଉଦ୍ଧାର କରାଯାଇ ଲିବ୍ୟାସ୍ଥିତ ଅଟକ କେନ୍ଦ୍ରକୁ ପଠାଯାଇଛି। ଉଦ୍ଧାର କରାଯାଇଥିବା ଲୋକମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ଭଲ ଥିବା ସୂଚନା ମିଳିଛି।

ଆଇଓଏମ୍‌ର ଜଣେ ମୁଖପାତ୍ର ‘ଏକ୍ସ୍‌’ରେ ଲେଖିଛନ୍ତି ଯେ, ଚଳିତ ବର୍ଷ ଭୂମଧ୍ୟସାଗରରେ ଯେଉଁ ମୁଖ୍ୟ ପଥ ଦେଇ ପ୍ରବାସୀମାନେ ଯାତ୍ରା କରୁଛନ୍ତି ସେ ପଥରେ ୨୨୫୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଲାଣି।

Ship Accident Ship Sinks Migrant Libya