Koraput Medical College
କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ସର୍ଟ ସର୍କିଟ ହୋଇଛି। ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ବିଭାଗ SNCUରେ ଏହି ଅଘଟଣ ଘଟିଛି। ଫଳରେ ସମ୍ପୂର୍ଣ୍ଣ ୟୁନିଟ ଧୂଆଁମୟ ହୋଇଯିବାରୁ ରୋଗୀଙ୍କ ସମ୍ପର୍କୀୟ ଭୟଭୀତ ହୋଇ ପଡ଼ିଛନ୍ତି।
Advertisment
SNCUରେ ଥିବା ଏକ ୟୁନିଟ୍ରେ ଆଜି ସର୍ଟ ସର୍କିଟ ହେବାରୁ ସମ୍ପୂର୍ଣ୍ଣ ୱାର୍ଡ ଧୂଆଁମୟ ହୋଇ ଯାଇଥିଲା। ଫଳରେ ସେଠାରେ ଉପସ୍ଥିତ ଥିବା ନବଜାତଙ୍କ ସମ୍ପର୍କୀୟ ତଥା ମେଡିକାଲ କର୍ମଚାରୀ ତୁରନ୍ତ ଶିଶୁମାନଙ୍କୁ ସୁରକ୍ଷିତ ଭାବରେ ବାହାରକୁ ଅଣାଯାଇଛି। ଏଥିସହ ଉକ୍ତ ମହଲାରେ ଗର୍ଭବତୀମାନେ ପ୍ରସବ ନିମନ୍ତେ ଭର୍ତ୍ତି ହୋଇଥିବାରୁ ସେମାନଙ୍କୁ ମଧ୍ୟ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି।
ଖବର ପାଇ ତୁରନ୍ତ ପୁଲିସ୍ ଓ ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବିଲ୍ଡିଂରୁ ଧୂଅଁ ଅପସାରଣ କରିବାକୁ ଚେଷ୍ଟା ଜାରି ରଖିଛନ୍ତି। ଏହି ସର୍ଟ ସର୍କିଟ ଯୋଗୁ ମେଡିକାଲର ବହୁ ଯନ୍ତ୍ରପାତି ନଷ୍ଟ ହୋଇଥିବା ବେଳେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
