Advertisment

ଦୁଇ କାର୍‌ ମୁହାଁମୁହିଁ ଧକ୍କା; ଚାଲିଗଲା ୬ ଜୀବନ, ୫ ଗୁରୁତର

ଦୁର୍ଘଟଣା ଏତେ ଜୋରଦାର ଥିଲା ଯେ, ଉଭୟ କାର୍‌ ମୁହାଁମୁହିଁ ପିଟି ହେବାରୁ  ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି।

author-image
Niharika Rout
Accident

Accident

ରାଜସ୍ଥାନର ସିକର ଜିଲ୍ଲାର ଲକ୍ଷ୍ମୀଗଡ଼ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁଇଟି କାର୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି।

Advertisment

ସିକର ଜିଲ୍ଲାର ଲକ୍ଷ୍ମଣଗଡ଼ ନିକଟ ଜୟପୁର- ବିକାନେର ଜାତୀୟ ରାଜପଥରେ ଗତକାଲି ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ଏତେ ଜୋରଦାର ଥିଲା ଯେ, ଉଭୟ କାର୍‌ ମୁହାଁମୁହିଁ ପିଟି ହେବାରୁ  ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। 

ଖବର ପାଇ ତୁରନ୍ତ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାପରେ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଉଭୟ ଗାଡ଼ିରୁ ୬ ମୃତଦେହ ବାହାର କରାଯାଇଥିଲା। ଏଥିସହ ୫ ଗୁରୁତରଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି।

Advertisment

ସିକର ସାଂସଦ ସୁମଧାନନ୍ଦ ସରସ୍ୱତୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏଥିସହ ଦୁର୍ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ସୂଚିତ କରାଯାଇଥିବା ବଳେ ଗୁରୁତରଙ୍କ ଚିକିତ୍ସାରେ ସରକାର ଆର୍ଥିକ ସହାୟତା ପ୍ରଦାନ କରିବେ ବୋଲି କହିଛନ୍ତି। 

Rajasthan Road Accident