Advertisment

ନେପାଳରେ ଭୟଙ୍କର ବସ ଦୁର୍ଘଟଣା, ମୃତକଙ୍କ ମଧ୍ୟରେ ୬ ଭାରତୀୟ

ମାଧେଶ ପ୍ରଦେଶର ବାରା ଜିଲ୍ଲାରେ ଦୁର୍ଘଟଣା ଘଟିଛି। ବସ୍‌ଟି ରାଜସ୍ଥାନରୁ ତୀର୍ଥ ଯାତ୍ରୀଙ୍କୁ ନେଇ ଦକ୍ଷିଣ ଚୁରିଆମାଇ ମନ୍ଦିରକୁ ଯାଉଥିଲା।

Bus

Bus

Advertisment

ନେପାଳର ମାଧେଶ ପ୍ରଦେଶରେ ଭୟଙ୍କର ବସ୍‌ ଦୁର୍ଘଟଣା ଘଟିଛି। ଏଠାକାର ପାହାଡ଼ିଆ ଅଞ୍ଚଳ ଦେଇ ଯାଉଥିବା ଗୋଟିଏ ବସ୍‌ ରାସ୍ତାରୁ ସିଧା ୫୦ ମିଟର ତଳେ ଥିବା ନଦୀ କୂଳକୁ ଖସି ପଡ଼ିଛି। ଏଥିରେ ୭ ଜଣ ତୀର୍ଥ ଯାତ୍ରୀଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ୬ ଜଣ ହେଉଛନ୍ତି ଭାରତୀୟ।

Advertisment

ମାଧେଶ ପ୍ରଦେଶର ବାରା ଜିଲ୍ଲାରେ ଦୁର୍ଘଟଣା ଘଟିଛି। ବସ୍‌ଟି ରାଜସ୍ଥାନରୁ ତୀର୍ଥ ଯାତ୍ରୀଙ୍କୁ ନେଇ ଦକ୍ଷିଣ ଚୁରିଆମାଇ ମନ୍ଦିରକୁ ଯାଉଥିଲା। କିନ୍ତୁ ପାହାଡ଼ିଆ ରାସ୍ତା ଅତିକ୍ରମ କରୁଥିବା ବେଳେ ବସ୍‌ଟି ୫୦ ମିଟର ତଳେ ଥିବା ନଦୀକୁ ଖସି ପଡ଼ିଥିଲା। କିନ୍ତୁ ନଦୀର ଗଭୀର ଜଳ ରାଶିରେ ଏହା ନ ପଡ଼ି କୂଳରେ ହିଁ ପଡ଼ିଥିଲା। ଏଥିରେ ୬ ଭାରତୀୟଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ୧୯ ଜଣ ଆହତ ହୋଇଛନ୍ତି।

ଡେପୁଟି ଏସ୍‌ପି ପ୍ରଦୀପ ବାହାଦୂର ଛେତ୍ରୀ କହିଛନ୍ତି, ବସ୍‌ରେ ମୋଟ ୨୬ ଜଣ ଯାତ୍ରୀ ଥିଲା। ବସ୍‌ଟି ନଦୀ କୂରେ ଖାତକୁ ଖସି ପଡ଼ିବାରୁ ୬ ଭାରତୀୟ ଓ ଜଣେ ନେପାଳ ନାଗରିକ ପ୍ରାଣ ହରାଇଛନ୍ତି।

Advertisment

ଅନ୍ୟମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତାହତଙ୍କ ପରିବାର ଲୋକଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଥିବା ସେ କହିଛନ୍ତି। ଦୁର୍ଘଟଣା ପରେ ପୁଲିସ୍‌ ବସ୍‌ର ଡ୍ରାଇଭରଙ୍କ ସମେତ ୩ ଜଣଙ୍କୁ ଅଟକ ରଖିଛି। ଡ୍ରାଇଭର ଓ ତାଙ୍କ ସହଯୋଗୀମାନେ ମଧ୍ୟ ଦୁର୍ଘଟଣାରେ ଆହତ ହୋଇଛନ୍ତି।

Accident Nepal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe