Advertisment

ଘରକୁ ଫେରୁଥିବା ବେଳେ ମଝି ରାସ୍ତାରେ ଓଲଟି ପଡ଼ିଲା ଅଟୋ

ବଣାଇ ନିର୍ବାଚନମଣ୍ଡଳୀର ସିପିଆଇଏମ୍‌ ପ୍ରାର୍ଥୀ ଲକ୍ଷ୍ମଣ ମୁଣ୍ଡା ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏଥିରେ ସାମିଲ୍‌ ହେବା ପାଇଁ କେ.ବଲାଙ୍ଗ ଥାନା ଅଞ୍ଚଳରୁ ୧୦ରୁ ଅଧିକ ଲୋକ ଏକ ଅଟୋରେ ଆସିଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
Auto

Auto

ଘରକୁ ଫେରୁଥିବା ବେଳେ ମଝି ରାସ୍ତାରେ ଓଲଟି ପଡ଼ିଥିଲା ଅଟୋ। ଯାହାଫଳରେ ୧୦ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ରାଉରକେଲା ସରକାରୀ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି।

Advertisment

ବଣାଇ ନିର୍ବାଚନମଣ୍ଡଳୀର ସିପିଆଇଏମ୍‌ ପ୍ରାର୍ଥୀ ଲକ୍ଷ୍ମଣ ମୁଣ୍ଡା ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏଥିରେ ସାମିଲ୍‌ ହେବା ପାଇଁ କେ.ବଲାଙ୍ଗ ଥାନା ଅଞ୍ଚଳରୁ ୧୦ରୁ ଅଧିକ ଲୋକ ଏକ ଅଟୋରେ ଆସିଥିଲେ। ନାମାଙ୍କନପତ୍ର ଦାଖଲ ପରେ ସେମାନେ ଅପରାହ୍ନରେ ଘରକୁ ଫେରୁଥିଲେ। ତେବେ ଲହୁଣୀପଡ଼ା ଥାନା ଗୁଡ଼ିଆଳି ଗାଁ ନିକଟରେ ଅଟୋଟି ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ଲହୁଣୀପଡ଼ା ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ୬ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ରାଉରକେଲା ସ୍ଥାନାନ୍ତରିତ କରାଯାଇଛି।

ରିପୋର୍ଟ- ବଣାଇରୁ ରଞ୍ଜିତ କୁମାର ଚୌଧୁରୀ

Accident Sundargarh