School
Advertisment
ମହୁମାଛି ଆକ୍ରମଣରେ ୬ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାଟି ଘଟିଛି କଟକ ଜିଲ୍ଲା ବାଙ୍କୀ ଏନ୍ଏସିର ଶିଶୁଆ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ।
Advertisment
ପିଲାମାନେ ମଧ୍ୟାହ୍ନ ଭୋଜନ ଖାଇବାକୁ ଯାଉଥିବା ବେଳେ ଏହି ଘଟଣା ଘଟିଥିଲା। ମଧ୍ୟାହ୍ନ ଭୋଜନ ପାଇଁ ସ୍କୁଲରେ ଘଣ୍ଟି ବାଜିବା ପରେ ନିକଟରେ ଗଛରେ ବସିଥିବା ଏକ ମାଙ୍କଡ଼ ଡେଇଁ ପଡ଼ିଥିଲା। ଏହା ପରେ ସେହି ଗଛରେ ଥିବା ଏକ ମହୁମାଛି ବସା ଭାଙ୍ଗି ତଳେ ପଡ଼ିଯାଇଥିଲା। ସେଥିରୁ ମହୁମାଛିମାନେ ବାହାରି ଛାତ୍ରଛାତ୍ରୀଙ୍କୁ ଆକ୍ରମଣ କରିଥିଲେ।
ମହୁମାଛି ଆକ୍ରମଣରେ ଆହତ ଛାତ୍ରଛାତ୍ରୀଙ୍କୁ ବାଙ୍କୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/School_1688641846.jpg)