Advertisment

ମହୁମାଛି ଆକ୍ରମଣରେ ୬ ଆହତ

ପରିସ୍ରା ଯିବା ପାଇଁ କାର୍‌କୁ ଏକ ଗଛ ମୂଳରେ ରଖିବା ପରେ ଆକ୍ରମଣ କରିଥିଲେ ମହୁମାଛି।

author-image
Jitendra Garnayak
Bee

Bee

ମହୁମାଛି ଆକ୍ରମଣରେ ୬ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗଜପତି ଜିଲ୍ଲା ମୋହନା ଥାନା ଛତାଭରି ଗାଁ ନିକଟରେ ଘଟିଛି ଏହି ଘଟଣା।

Advertisment

ଗୋଟିଏ ପରିବାର ୪ ଜଣ ସଦସ୍ୟ କାରରେ ବ୍ରହ୍ମପୁରରୁ ମୋହନା ଅଭିମୁଖେ ଯାଉଥିଲେ। ଛତାଭରି ଗାଁ ନିକଟରେ ପରିସ୍ରା ଯିବା ପାଇଁ ସେମାନେ କାର୍‌କୁ ଏକ ଗଛ ମୂଳରେ ରଖିଥିଲେ। ସେମାନେ କାରରୁ ଓହ୍ଲାଇବା କ୍ଷଣି ମହୁମାଛି ସେମାନଙ୍କୁ ଆକ୍ରମଣ କରିଥିଲେ। ପ୍ରାଣ ବିକଳରେ ସେମାନେ କାର୍ ଭିତରେ ପଶି ଯାଇଥିଲେ। ତେବେ ମହୁମାଛିମାନେ ମଧ୍ୟ କାର୍‌ ଭିତରେ ପଶି ସମସ୍ତଙ୍କୁ ଆକ୍ରମଣ କରିଥିଲେ। ଏହା ସହିତ ସେହି ରାସ୍ତା ଦେଇ ସେତେବେଳେ ଯାଉଥିବା ଅନ୍ୟ ଦୁଇ ଜଣ ଲୋକଙ୍କୁ ମହୁମାଛି ଆକ୍ରମଣ କରିଥିଲେ।

ସମସ୍ତ ଆହତଙ୍କୁ ମୋହନା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି।

Advertisment
Honey Bee Attack