Advertisment

୪୦ ମହଲା ବିଲ୍ଡିଂ ଲିଫ୍ଟ ଭୁଶୁଡ଼ି ୬ ମୃତ

ଲିଫ୍ଟ ଭୁଶୁଡ଼ି ପଡ଼ିଥିବା ଖବର ପାଇ ପୁଲିସ୍‌ ଓ ଅଗ୍ନିଶମ ବାହିନୀର କର୍ମଚାରୀମାନେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ୱାରାନ୍ୱିତ କରିଥିଲେ।

ଅଦ୍ୟତନ ହୋଇଛି
Lift

Lift

Advertisment

ମହାରାଷ୍ଟ୍ରରର ଥାଣେରେ ବଡ଼ ଅଘଟଣ ଘଟିଛି। ଥାଣେ ଅନ୍ତର୍ଗତ ବାଲକୁମ ପଡ଼ାରେ ଥିବା ଗୋଟିଏ ୪୦ ମହଲା ବିଶିଷ୍ଟ ବିଲଡିଂରେ ଲାଗିଥିବା ଲିଫ୍ଟ ହଠାତ୍‌ ଭୁଶୁଡ଼ି ପଡ଼ିଛି। ରୁନୱାଲ ଇରିନେ ବିଲଡିଂରେ ଘଟିଥିବା ଏହି ଲିଫ୍ଟ ଟ୍ରାଜେଡିରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ପରି ୨ ଜଣ ଆହତ ହୋଇଛନ୍ତି।

Advertisment

ଲିଫ୍ଟ ଭୁଶୁଡ଼ି ପଡ଼ିଥିବା ଖବର ପାଇ ପୁଲିସ୍‌ ଓ ଅଗ୍ନିଶମ ବାହିନୀର କର୍ମଚାରୀମାନେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ୱାରାନ୍ୱିତ କରିଥିଲେ। ସେମାନେ ପ୍ରଥମେ କ୍ଷତିଗ୍ରସ୍ତ ଲିଫ୍ଟରେ ଫସି ରହିଥିବା ଲୋକମାନଙ୍କୁ ଉଦ୍ଧାର କରିଥିଲେ।

ହେଲେ ସେତେବେଳକୁ ୬ ଜଣଙ୍କ ମୃତ୍ୟୁ ଘଟି ସାରିଥିଲା। ସେହିପରି ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ମୃତାହତ ଲୋକମାନେ ଶ୍ରମିକ ଭାବେ କାମ କରନ୍ତି। ଏମାନେ ସମସ୍ତେ ବିଲଡିଂର ଛାତ ଉପରେ କାମ କରୁଥିଲେ। ଆଜି କାମ ସରିବା ପରେ ସମସ୍ତେ ଲିଫ୍ଟ ଯୋଗେ ତଳକୁ ଆସୁଥିଲେ। କିନ୍ତୁ ହଠାତ୍‌ ଲିଫ୍ଟ ଭୁଶୁଡ଼ି ପଡ଼ିବାରୁ ୮ ଜଣଙ୍କ ମଧ୍ୟରୁ ଜଣଙ୍କ ଜୀବନ ଯାଇଛି।

କ’ଣ ପାଇଁ ଲିଫ୍ଟ ଚିଣ୍ଡିଲା ବା ଭୁଶୁଡ଼ିଲା ସେକଥା ଜଣାପଡ଼ି ନାହିଁ। ପୁଲିସ୍‌ ଗୋଟିଏ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Maharashtra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe