Advertisment

ଆନ୍ଧ୍ରରେ ପଥର ଖଣିରେ ବ୍ଲାଷ୍ଟିଂ ବେଳେ ଅଘଟଣ; ୬ ଓଡ଼ିଆ ଶ୍ରମିକ ମୃତ

ଘଟଣା ଘଟିବା ସମୟରେ ଉକ୍ତ ପଥର ଖଣିରେ ୧୬ ଜଣ ଶ୍ରମିକ କାମ କରୁଥିଲେ।

ଅଦ୍ୟତନ ହୋଇଛି
Victim

Victim

Advertisment

ଆନ୍ଧ୍ରପ୍ରଦେଶର ବାପଟଲା ଜିଲ୍ଲା ବଲ୍ଲୀକୁରବା ଗାଁରେ ଏକ ଗ୍ରାନାଇଟ ପଥର ଖଣିରେ ବ୍ଲାଷ୍ଟିଂ ବେଳେ ଘଟିଛି ବଡ଼ ଅଘଟଣ। ପଥର ତଳେ ଚାପି ହୋଇ ପ୍ରାଣ ହରାଇଛନ୍ତି ୬ ଜଣ ଶ୍ରମିକ। ସେମାନେ ସମସ୍ତେ ଓଡ଼ିଶାର।

Advertisment

ମୃତ ୬ ଜଣଙ୍କ ମଧ୍ୟରୁ ୪ ଜଣ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳର ହୋଇଥିବା ବେଳେ ଆଉ ୨ ଜଣ ଗଜପତି ଜିଲ୍ଲା ମୋହନା ଅଞ୍ଚଳର। ମୋହନା ଅଞ୍ଚଳର ଯେଉଁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି, ସେମାନେ ହେଉଛନ୍ତି ଢେପାଗୁଡ଼ା ପଞ୍ଚାୟତ ଅଲରା ଗାଁର ଭାସ୍କର ବିଷୋୟୀ ଓ ଟୁକୁନା ଦଳାଇ। ଏ ଦୁହେଁ ପରିବାର ପ୍ରତିପୋଷଣ ପାଇଁ ସେଠାକୁ ଯାଇ କାମ କରୁଥିବା ବେଳେ ଆଜି ସେମାନଙ୍କ ମୃତ୍ୟୁ ଖବର ପାଇ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

ଘଟଣା ଘଟିବା ସମୟରେ ଉକ୍ତ ପଥର ଖଣିରେ ୧୬ ଜଣ ଶ୍ରମିକ କାମ କରୁଥିଲେ। ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

Advertisment

ଏହି ଘଟଣାକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ତା’ସହିତ ଆହତମାନେ ଯେପରି ଉତ୍ତମ ଚିକିତ୍ସା ପାଇପାରିବେ, ସେ ନେଇ ଜିଲ୍ଲା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଘଟଣାର ତଦନ୍ତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନାଇଡୁ କହିଛନ୍ତି। ଭବିଷ୍ୟତରେ ଯେପରି ଏଭଳି ଅଘଟଣ ନଘଟେ, ସେଥିପାଇଁ କ୍ୱାରୀଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ଯେପରି କଡ଼ାକଡ଼ି ପାଳନ କରାଯିବ, ସେ ନେଇ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

ମୃତକଙ୍କ ପରିବାରକୁ ଯଥାଶୀଘ୍ର ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଦାବି କରିଛନ୍ତି ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ୱାଇଏସ୍‌ଆର କଂଗ୍ରେସ ସଭାପତି ୱାଇଏସ୍ ଜଗନ ମୋହନ ରେଡ୍ଡୀ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହିତ CMRFରୁ ୪ ଲକ୍ଷ ଲେଖାଏଁ ଟଙ୍କା ସହାୟତା ଘୋଷଣା କରିଛନ୍ତି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe