Advertisment

ଜଳଲାଗି ପାଇଁ ଆରଡ଼ି ଯାଉଥିଲେ; କାଉଡିଆଙ୍କୁ କାମୁଡ଼ିଲା ସାପ

ଆଜି ସକାଳେ ହିମାଂଶୁ ଓ ତାଙ୍କର ୩ ଜଣ ସାଙ୍ଗଙ୍କ ସହ ଜଳଲାଗି ପାଇଁ ଆରଡ଼ି ଅଭିମୁଖେ ଯାଉଥିଲେ।

ଅଦ୍ୟତନ ହୋଇଛି
Snake

Snake

Advertisment

ସାପ କାମୁଡାରେ ଚାଲିଗଲା କାଉଡିଆଙ୍କ ଜୀବନ। ଏପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ଆରଡ଼ି ନିକଟରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ହିମାଂଶୁ ମାଝି। ତାଙ୍କ ଘର ଧାମନଗର ଥାନା ଅନ୍ତର୍ଗତ ପାଟୁଲିରେ ବୋଲି ଜଣାଯାଇଛି। 

Advertisment

ଆଜି ସକାଳେ ହିମାଂଶୁ ଓ ତାଙ୍କର ୩ ଜଣ ସାଙ୍ଗଙ୍କ ସହ ଜଳଲାଗି ପାଇଁ ଆରଡ଼ି ଅଭିମୁଖେ ଯାଉଥିଲେ। ବେତାଳି ଗାଁ ନିକଟ ବୈତରଣୀ ନଦୀ ଘାଟରୁ ପାଣି ଉଠାଇ ଯାଉଥବା ବେଳେ ଆରଡ଼ି ବସଷ୍ଟାଣ୍ଡ ନିକଟରେ ହିମାଂଶୁଙ୍କୁ ସାପ କାମୁଡି ଦେଇଥିଲା 

ହିମାଂଶୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହିମାଂଶୁଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। 

Advertisment
Bhadrak Snake Bite
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe