Snake
କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା ମରସୁଆଁ ରୁଗୁଡ଼ି ସାହିରେ ବିଷାକ୍ତ ସାପ କାମୁଡ଼ାରେ ଜଣେ ମହିଳା ଓ ତାଙ୍କର ୨ ବର୍ଷର ଝିଅର ମୃତ୍ୟୁ ଘଟିଛି।
ମୃତକ ଦ୍ୱୟ ହେଲେ ମରସୁଆଁର ସୁରେନ ମୁଣ୍ଡାଙ୍କ ସ୍ତ୍ରୀ ସୁଖମଣି ମୁଣ୍ଡା ଏବଂ ତାଙ୍କର ୨ ବର୍ଷ ଝିଅ। ଗତକାଲି ରାତିରେ ଶୋଇଥିବା ବେଳେ ଏକ ବିଷାକ୍ତ ସାପ ସୁଖମଣି ଓ ତାଙ୍କ ଝିଅଙ୍କୁ କାମୁଡ଼ି ଦେଇଥିଲା। କିନ୍ତୁ ଏନେଇ କେହି ଜାଣି ପାରି ନଥିଲେ। ଭୋରରେ ଭୟ ମା’-ଝିଅ ଅସୁସ୍ଥ ହୋଇପଡ଼ିଥିଲେ। କିଛି ସମୟ ମଧ୍ୟରେ ଝିଅଟିର ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷରେ ଗୁରୁତର ଅବସ୍ଥାରେ ସୁଖମଣିଙ୍କୁ ବାଂଶପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସୁରେନଙ୍କର ଆଉ ତିନି ଶିଶୁ ଅଛନ୍ତି। ସେମାନଙ୍କ ମଧ୍ୟରେ ଗୋଟିଏ ବର୍ଷକର ଶିଶୁ କନ୍ୟା ଅଛି। ସୁଖମଣିଙ୍କ ଦେହାନ୍ତ ହୋଇଯିବାରୁ ଏହି ଛୁଆମାନେ ମା’ ଛେଉଣ୍ଡ ହୋଇଗଲେ। ଏହି ଘଟଣାକୁ ନେଇ ମରସୁଆଁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ନୟାକୋଟ ପୁଲିସ ଘଟଣାର ତଦନ୍ତ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Snake_1694255701.jpg)