Snake
Advertisment
ସାପ କାମୁଡ଼ି ଦେବାରୁ ଜଣେ ପୂଜାରୀଙ୍କ ମୃତ୍ୟୁ ଘଟିଛି। ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ସହରରେ ଘଟିଛି ଏହି ଘଟଣା। ମୃତକଙ୍କ ନାଁ ଶ୍ୟାମସୁନ୍ଦର। ସେ ଟିଟିଲାଗଡ଼ ସହରର ମହାରାଜ ସାଗର ପାର୍ଶ୍ୱରେ ଥିବା ଶିରିଡ଼ି ସାଇ ମନ୍ଦିରର ପୂଜକ ଥିଲେ।
Advertisment
ଆଜି ସକାଳେ ସେ ମନ୍ଦିରକୁ ପୂଜା କରିବା ପାଇଁ ଯାଉଥିଲେ। ତେବେ ମନ୍ଦିର ନିକଟରେ ଥିବା ଏକ ଅଶ୍ୱସ୍ତ ଗଛ ପାଖରେ ତାଙ୍କୁ ସାପ କାମୁଡ଼ି ଦେଇଥିଲା। ସେ ଘଟଣାସ୍ଥଳରେ ପଡ଼ିଯାଇଥିଲେ।
ସ୍ଥାନୀୟ ଲୋକେ ତାଙ୍କୁ ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ସରକାରୀ ଡାକ୍ତରଖାନାକୁ ନେଇଥିଲେ l ତେବେ ଡାକ୍ତରଖାନାରେ ପହଞ୍ଚିଲା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା ବୋଲି ଡାକ୍ତର କହିଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Snake_1694934655.jpg)