Advertisment

ସାପ କାମୁଡ଼ାରେ ବାପା ଓ ଝିଅ ମୃତ

ଗତକାଲି ରାତିରେ ଘରେ ଶୋଇଥିବା ବେଳେ ଉଭୟଙ୍କୁ କୌଣସି ବିଷାକ୍ତ ସାପ କାମୁଡ଼ି ଦେଇଥିଲା।

Dead Body

Dead Body

Advertisment

ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା କଞ୍ଜିଆପଲ୍ଲୀ ଗାଁରେ ସାପ କାମୁଡ଼ି ଦେବାରୁ ଜଣେ ବ୍ୟକ୍ତି ଓ ତାଙ୍କ ଝିଅର ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ଶିବରାମ ନାୟକ (୪୦) ଓ ତାଙ୍କ ଝିଅ ଶ୍ରାବଣୀ ନାୟକ (୬)।

Advertisment

ଗତକାଲି ରାତିରେ ଘରେ ଶୋଇଥିବା ବେଳେ ଉଭୟଙ୍କୁ କୌଣସି ବିଷାକ୍ତ ସାପ କାମୁଡ଼ି ଦେଇଥିଲା। ପରିବାର ଲୋକେ ସେମାନଙ୍କୁ ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ଶ୍ରାବଣୀଙ୍କର ମୃତ୍ୟୁ ହୋଇଥିଲା। ତା’ପରେ ଅପରାହ୍ନରେ ଶିବରାମଙ୍କର ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା।

Advertisment

ବୁଗୁଡ଼ା ପୁଲିସ ଶିବରାମଙ୍କ ମୃତଦେହକୁ ଜବତ କରିଥିବା ବେଳେ ଘଟଣାର ତଦନ୍ତ କରୁଛି।

Snake Bite
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe