Advertisment

ପୁତୁରା ଜୁଈ ଦେଖି ଧୈର୍ଯ୍ୟ ଧରି ପାରିଲେନି, ସ୍ୱର୍ଗଦ୍ୱାରରେ ଟଳି ପଡ଼ିଲେ ବଡ଼ବାପା

ବ୍ୟବଚ୍ଛେଦ ପରେ ରୁଦ୍ରଙ୍କ ମୃତଦେହକୁ ଧରି ଆଜି ଭୋରରେ ପୁରୀ ସ୍ୱର୍ଗଦ୍ୱାର ଆସିଥିଲେ ପରିବାର ଲୋକ। କାନ୍ଦ ବୋବାଳି ଭିତରେ ରୁଦ୍ରଙ୍କ ଜୁଇରେ ଅଗ୍ନି ସଂଯୋଗ କରାଯାଇଥିଲା।

ଅଦ୍ୟତନ ହୋଇଛି
Kendrapara

Kendrapara

Advertisment

ଛୋଟ ବେଳେ କୋଳେଇ କାଖେଇ ବଡ଼ କରାଇଥିଲେ। ନିଜ ଆଖି ଆଗରେ ବଢ଼ିଥିବା ଦେଖିଥିଲେ। ନିଜ ପୁଅଠାରୁ ଅଧିକ ଭଲ ପାଉଥିଲେ। ହେଲେ ସେହି ପୁତୁରାର ଜୁଈ ଆଜି ଆଖି ଆଗରେ ଜଳୁଥିଲା। ବଡ଼ବାପା ହୋଇ କେମିତି ଧୈର୍ଯ୍ୟ ଧରିବେ ରୁଦ୍ର ପ୍ରସାଦ ମହାନ୍ତି? ପୁରୀ ସ୍ୱର୍ଗଦ୍ୱାରରେ ଟଳି ପଡ଼ିଲେ।

Advertisment

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବାଲିଝରୀ ଗାଁର ରୁଦ୍ର ପ୍ରସାଦ ମହାନ୍ତି କୋରାପୁଟରେ ନିଜ ପିଉସୀଙ୍କ ଘରେ ରହୁଥିଲେ। ସେ ଜୟପୁର ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ବିଏସ୍‌ସି ପଢ଼ୁଥିଲେ। ଗତ ୧୬ ତାରିଖରେ କୋରାପୁଟ-ଜୟପୁରର ଜରଟି ରେଳ ଷ୍ଟେସନ ନିକଟରେ ତାଙ୍କର କ୍ଷତାକ୍ତ ମୃତଦେହ ମିଳିଥିଲା। ସନ୍ଦେହ ଜନକ ଭାବେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଖବର ପାଇବା ପରେ ରୁଦ୍ରଙ୍କ ବାପା ଗଗନ ବିହାରୀ ମହାନ୍ତି, ବଡ଼ବାପା ତ୍ରୈଲୋକ୍ୟ ମହାନ୍ତି ଓ ଦାଦା ଓ ଗାଁର କିଛି ଲୋକ କୋରାପୁଟ୍‌ ଯାଇଥିଲେ।

ବ୍ୟବଚ୍ଛେଦ ପରେ ରୁଦ୍ରଙ୍କ ମୃତଦେହକୁ ଧରି ଆଜି ଭୋରରେ ପୁରୀ ସ୍ୱର୍ଗଦ୍ୱାର ଆସିଥିଲେ ପରିବାର ଲୋକ। କାନ୍ଦ ବୋବାଳି ଭିତରେ ରୁଦ୍ରଙ୍କ ଜୁଇରେ ଅଗ୍ନି ସଂଯୋଗ କରାଯାଇଥିଲା। ନିଜ ଆଖି ଆଗରେ ପୁଅଠୁ ଅଧିକ ଭଲ ପାଉଥିବା ପୁତୁରାର ମୃତଦେହ ଜଳୁଥିବା ଦେଖି ଧୈର୍ଯ୍ୟ ଧରି ପାରିଲେ ନାହିଁ ବଡ଼ବାବା ତ୍ରୈଲୋକ୍ୟ ମହାନ୍ତି। ଗୁମୁରୀ ଗୁମୁରୀ କାନ୍ଦୁଥିଲେ। ଠିକ୍‌ ସେହି ସମୟରେ ସଂଜ୍ଞା ହରାଇ ତଳେ ପଡ଼ି ଯାଇଥିଲେ। ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ପୁରୀ ମେଡ଼ିକାଲ୍‌ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ଡାକ୍ତର ମୃତ ଘୋଷଣା କରିବା ପରେ ତ୍ରୈଲୋକ୍ୟ ମହାନ୍ତିଙ୍କ ମୃତଦେହକୁ ଧରି ଗାଁକୁ ଫେରିଥିଲେ ପରିବାର ଲୋକ। ଏହି ଖବର ପ୍ରକାଶ ପାଇବା ପରେ କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା ଘର ଅଗଣା। ଆଗେ ପୁତୁରା ପରେ ବଡ଼ ବାପାଙ୍କ ମୃତ୍ୟୁରେ ଭାଙ୍ଗି ପଡ଼ିଥିଲା ପୂରା ପରିବାର। ସ୍ୱର୍ଗଦ୍ୱାରରେ ପୁତୁରାର ମୃତଦେହ ଜଳିଥିବା ବେଳେ ଗାଁ ଶ୍ମଶାନରେ ଜଳିଛି ବଡ଼ବାପାଙ୍କ ମୃତଦେହ। ସ୍ତବ୍ଦ ହୋଇଯାଇଛି ପୂରା ପରିବାର।

ରିପୋର୍ଟ- ପଟ୍ଟାମୁଣ୍ଡାଇର ପ୍ରବୀର କୁମାର ନାୟକ

Puri Accident Kendrapara
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe