Advertisment

ମା’ ଓ ୨ ପୁଅଙ୍କ ଉପରେ ମାଡ଼ିଗଲା କାର୍

ଦୁର୍ଘଟଣାପରେ ପୁଲିସ ଗାଡ଼ିକୁ ଜବତ କରିବା ସହ  ଡ୍ରାଇଭରକୁ ଅଟକ ରଖି ପଚରାଉ଼ଚରା କରୁଛି ଓ ଘଟଣାର ତଦନ୍ତ କରୁଛି।

ଅଦ୍ୟତନ ହୋଇଛି
Accident

Accident

Advertisment

ମା’ ଓ ଦୁଇ ପୁଅଙ୍କ ଉପରେ ମାଡ଼ିଗଲା କାର୍‌। ଦୁର୍ଘଟଣାରେ ସାନ ପୁଅର ମୃତ୍ୟୁ ଘଟିଥିବା ବେଳେ ବଡ଼ ପୁଅ ଓ ମା’ ଗୁରୁତର ଆହତ ହୋଇଛନ୍ତି।  ନୟାଗଡ଼ ଜିଲ୍ଲା ବାଣୀଗୋଛା ଥାନା କୁଲୁରୁକୁମ୍ପା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତ ମା’ ଓ  ବଡ଼ ପୁଅକୁ  ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

 ମା’ ଓ ଦୁଇ ପୁଅକୁ ନେଇ ବିଲକୁ ଯାଉଥିଲେ। ଏହି ସମୟରେ ଏକ କାର ଦ୍ରୁତ ଗତିରେ ଆସି ମା’ ଓ ୨ପୁଅଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ  ସାନ ପୁଅର ମୃତ୍ୟୁ ଘଟିଥିବା ବେଳେ ମା’ ଓ ବଡ଼ ପୁଅ ଗୁରୁତର ଆହତ ହୋଇଥିଲେ।  ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ଦୁର୍ଘଟଣାପରେ ପୁଲିସ ଗାଡ଼ିକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ପଚରାଉ଼ଚରା କରୁଛି ଓ ଘଟଣାର ତଦନ୍ତ କରୁଛି।   

Advertisment
Roadaccident Nayagarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe