Advertisment

ଏମିତି ଆସେ ମୃତ୍ୟୁ; ଚିପ୍ସ ଗୋଟାଉଥିବା ବେଳେ ବାପାମା’ ଓ ପୁଅ ଉପରେ ପଡ଼ିଲା କାନ୍ଥ

ଘର ପାଖରେ ଚିପ୍ସ ଗୋଟାଉଥିବା ବେଳେ ବାପାମା’ ଓ ପୁଅ ଉପରେ ପଡ଼ିଗଲା ମାଟି କାନ୍ଥ।

ଅଦ୍ୟତନ ହୋଇଛି
wall collapse

wall collapse

Advertisment

ମୃତ୍ୟୁ କେବେ, କେମିତି ଆସିବ ତାହା କାହାକୁ ବି ଜଣାନଥାଏ। ଏହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଥାନା ଅନ୍ତର୍ଗତ ପଶ୍ଚିମବାର୍ଡ ଗ୍ରାମରେ।

Advertisment

ଘର ପାଖରେ ଚିପ୍ସ ଗୋଟାଉଥିବା ବେଳେ ବାପାମା’ ଓ ପୁଅ ଉପରେ ପଡ଼ିଗଲା ମାଟି କାନ୍ଥ। ଦୁର୍ଘଟଣାରେ ବାପାପୁଅଙ୍କର ମୃତ୍ୟୁ ଘଟିଥିବା ବେଳେ ମା’ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଶେଖ ସମିରୁଦ୍ଦିନ ତାଙ୍କ ପୁଅ ଶେଖ ଆରିଫ। ଆହତ ସମିରୁଦ୍ଦିନଙ୍କ ପତ୍ନୀ ଅସିମା ବିବିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ଆଜି ସକାଳେ ସମିରୁଦ୍ଦିନ, ତାଙ୍କ ସ୍ତ୍ରୀ ଓ ପୁଅ ମାଟି ଘର ପାଖରେ ପଡ଼ିଥିବା ଚିପ୍ସକୁ ଗୋଟାଉଥିଲେ। ଏହି ସମୟରେ ମାଟି କାନ୍ଥଟି ସେମାନଙ୍କ ଉପରେ ପଡ଼ି ଯାଇଥିଲା। ମା’ବାପା ଓ ପୁଅ ମାଟି କାନ୍ଥ ତଳେ ଚାପି ହୋଇ ରହିଯାଇଥିଲେ। ଗ୍ରାମବାସୀ ଚିତ୍କାର ଶୁଣି ଦୌଡ଼ି ଆସି ସମସ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ପୁଅକୁ ମୃତ ଘୋଷଣା କରିଥିଲା ବେଳେ ସମିରୁଦ୍ଦିନ ଓ ତାଙ୍କ ସ୍ତ୍ରୀଙ୍କ ଅବସ୍ଥା ଗୁରୁତର ରହିଥିଲା। ସେମାନଙ୍କୁ ପ୍ରଥମେ ଜଳେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଶେଖ ସମିରୁଦ୍ଦିନଙ୍କର ମୃତ୍ୟୁ ଘଟିଥିଲା।  ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe