Advertisment

ମୃତ୍ୟୁ ଏମିତି ବି ଆସେ; ବାପା ଶେଷକୃତ୍ୟ କରିବାକୁ ଯାଇ ଚାଲିଗଲା ପୁଅର ଜୀବନ

ବାପାର ଶବ ସତ୍କାର କରୁ କରୁ ପୁଅ ବି ଶବ ପାଲଟି ଯିବ ବୋଲି କେହି ବିଶ୍ୱାସ କରି ନ ଥିଲେ। ଆଗପଛ ହୋଇ ବାପପୁଅଙ୍କ ଏପରି ମୃତ୍ୟୁ ପରିବାର ଲୋକଙ୍କୁ ଶକ୍ତ ଧକ୍କା ଦେଇଛି।

Death

Death

Advertisment

ମୁଣ୍ଡ ଉପରୁ ବାପାର ହାତ ଉଠିଗଲା ପରେ ଭାଙ୍ଗି ପଡ଼ିଥିଲା ପୁଅ। ବାପାର ଶେଷକୃତ୍ୟ କରିବାକୁ ସମ୍ପର୍କୀୟଙ୍କ ସହ ଶ୍ମଶାନକୁ ଯାଇଥିଲା। ହେଲେ ବାପାର ଶବ ସତ୍କାର କରୁ କରୁ ପୁଅ ବି ଶବ ପାଲଟି ଯିବ ବୋଲି କେହି ବିଶ୍ୱାସ କରି ନ ଥିଲେ। ଆଗପଛ ହୋଇ ବାପପୁଅଙ୍କ ଏପରି ମୃତ୍ୟୁ ପରିବାର ଲୋକଙ୍କୁ ଶକ୍ତ ଧକ୍କା ଦେଇଛି। ଏପରି ଏକ ଦୁଃଖଦ ଘଟଣା କୋରାପୁଟ ଜିଲ୍ଲାର ବୋରିଗୁମ୍ମାରେ ଘଟିଛି।

Advertisment

ବୋରିଗୁମ୍ମା ବ୍ଲକର କାମତା ଗାଁର ଲକ୍ଷ୍ମଣ ମଣ୍ଡଳ କୋରାପୁଟରେ ନିଜ ପରିବାର ସହ ରୁଅନ୍ତି। ଆଜି ସକାଳେ ତାଙ୍କର ଅଚାନକ ମୃତ୍ୟୁ ହେବା ପରେ ପରିବାର ଲୋକେ ଶେଷକୃତ୍ୟ ପାଇଁ ଆଜି ସକାଳେ ଗାଁ ଶ୍ମଶାନକୁ ମୃତଦେହକୁ ନିଆଯାଇଥିଲା। ବାପାଙ୍କୁ ହରାଇ ଭାଙ୍ଗି ପଡ଼ିଥିବା ପୁଅ ବେଣୁଧର ମୁଖାଗ୍ନି ଦେବାକୁ ଶ୍ମଶାନକୁ ଯାଇଥିଲେ।

ହେଲେ ଅଚାନକ ତାଙ୍କ ମୁଣ୍ଡ ଉପରେ ଖସି ପଡ଼ିଲା ଏକ ଗଛର ବିରାଟକାୟ ଡାଳ । ତୁରନ୍ତ ଉପସ୍ଥିତ ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସ୍ୱାମୀଙ୍କ ପରେ ପରେ ପୁଅକୁ ହରାଇ ଧୈର୍ଯ୍ୟହରା ହୋଇ ପଡ଼ିଛନ୍ତି ଲକ୍ଷ୍ମଣଙ୍କ ପତ୍ନୀ।

Advertisment

ଏହି ଖବର ପ୍ରଚାରିତ ହେବା ପରେ ସମଗ୍ର କୋରାପୁଟ ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି।

Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe