Advertisment

କେମିତି ହେଲା ସହକାରୀ ଜିଲ୍ଲାପାଳଙ୍କ ମୃତ୍ୟୁ? ମହିଳା DSP ଖୋଲିବେ ରହସ୍ୟ

ମିଳିଥିବା ସୂଚନା ଅନୁସାରେ ଗତ ୧୬ ତାରିଖରେ ଫ୍ୟାମିଲି କୋର୍ଟରେ ସୁସ୍ମିତାଙ୍କର ଛାଡ଼ପତ୍ର ମାମଲାର ଶୁଣାଣି ଥିଲା। ଅନ୍ୟପକ୍ଷରେ ସେହିଦିନ ଏଡିଏମ୍‌ ଅଫିସରେ ଏକ ବୈଠକ ଥିଲା। ତେଣୁ ସେ ସକାଳୁ ଘରୁ ଅଫିସ ଆସି ସଂଧ୍ୟାରେ ଆଉ ଫେରିନଥିଲେ।

Susmita Minj

Susmita Minj

Advertisment

ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ କେମିତି ହେଲା? କେଉଁ ପରିସ୍ଥିତିରେ ପୋଖରୀରୁ ଉଦ୍ଧାର ହେଲା ସୁସ୍ମିତାଙ୍କ ମୃତଦେହ? ଏହା ଆତ୍ମହତ୍ୟା ନା ସୁପରିକଳ୍ପିତ ହତ୍ୟାକାଣ୍ଡ ? ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁକୁ ସପ୍ତାହେରୁ ଅଧିକ ଦିନ ବିତି ଯାଇଥିଲେ ସୁଦ୍ଧା ପୁଲିସ କୌଣସି ସୁରାଗ ପାଇନି। ଦିନକୁ ଦିନ ବିବାଦ ବଢ଼ୁଥିବାରୁ ଘଟଣାର ତଦନ୍ତ ପାଇଁ ଜଣେ ମହିଳା ଡିଏସ୍‌ପିଙ୍କୁ ନିୟୋଜିତ କରିଛନ୍ତି ରାଉରକେଲା ଏସ୍‌ପି ମିତ୍ରଭାନୁ ମହାପାତ୍ର। ଏନେଇ ସେ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ହେଲେ ତେକେଦିନ ଭିତରେ ମାମଲା ଉପରୁ ପର୍ଦ୍ଦା ହଟିବ, ସେନେଇ ଏସ୍‌ପି କୌଣସି ସୂଚନା ଦେଇନାହାନ୍ତି।

Advertisment

ମିଳିଥିବା ସୂଚନା ଅନୁସାରେ ଗତ ୧୬ ତାରିଖରେ ଫ୍ୟାମିଲି କୋର୍ଟରେ ସୁସ୍ମିତାଙ୍କର ଛାଡ଼ପତ୍ର ମାମଲାର ଶୁଣାଣି ଥିଲା। ଅନ୍ୟପକ୍ଷରେ ସେହିଦିନ ଏଡିଏମ୍‌ ଅଫିସରେ ଏକ ବୈଠକ ଥିଲା। ତେଣୁ ସେ ସକାଳୁ ଘରୁ ଅଫିସ ଆସି ସଂଧ୍ୟାରେ ଆଉ ଫେରିନଥିଲେ। ଝିଅ ଘରକୁ ନଫେରିବାରୁ ପରିବାର ଲୋକ ଉଦିତ ନଗର ଥାନାରେ ଅଭିଯୋଗ କରିଥିଲେ। ଖୋଜାଖୋଜି ପରେ ସେ ରେଲୱେ ଷ୍ଟେସନ ପାଖ ଏକ ହୋଟେଲରେ ରହୁଥିବା ପୁଲିସ ଜାଣିବାକୁ ପାଇଥିଲା। ଏନେଇ ପୁଲିସ୍‌ ପରିବାର ଲୋକଙ୍କୁ ଖବର ଦେଇଥିଲା। ପରେ ଉଭୟ ପୁଲିସ ଓ ପରିବାର ଲୋକ ତାଙ୍କୁ ଘରକୁ ଯିବାକୁ କହିଥିଲେ। ହେଲେ ସେ ଘରକୁ ଯିବା ପାଇଁ ରାଜି ହୋଇନଥିଲେ। ଆଉ ଏହାର ଦୁଇ ଦିନ ପରେ ଅର୍ଥାତ, ୧୯ ତାରିଖରେ ରାଉରକେଲା ସେଞ୍ଚୁରି ପାର୍କର ଏକ ପୋଖରୀରୁ ତାଙ୍କ ମୃତଦେହ ମିଳିଥିଲା।

ତେବେ ଏଠି ପ୍ରଶ୍ନ ଉଠୁଛି, ୧୬ ତାରିଖରେ ସୁସ୍ମିତା ଭଲରେ ଅଫିସ ଆସି ସଂଧ୍ୟାରେ ଘରକୁ ନଯାଇ ହୋଟେଲରେ ରହିବା ପଛର କାରଣ କଣ? ଘର ଲୋକେ ତାଙ୍କୁ ହୋଟେଲରେ ଭେଟିବା ପରେ ସେ ଘରକୁ ଯିବାକୁ କାହିଁକି ରାଜି ହୋଇନଥିଲେ? ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଜିଲ୍ଲାପାଳ ଓ ଏଡିଏମଙ୍କ ପକ୍ଷରୁ କଣ ତାଙ୍କ ଉପରେ ପ୍ରବଳ ଚାପ ଥିଲା କି? ଯଦି ହଁ, ଜିଲ୍ଲାପାଳ ଓ ଏଡିଏମଙ୍କୁ ତଦନ୍ତ ପରିସରଭୁକ୍ତ କରିବ କି ପୁଲିସ? ସୁସ୍ମିତାଙ୍କ ମୃତ୍ୟୁ ପାଣିରେ ବୁଡ଼ି ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟ କହୁଥିଲେ ମଧ୍ୟ ତାଙ୍କ ବେକର ଦାଗ କେଉଁଠୁ ଆସିଲା? ଏପରି ନାନା ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି।

Advertisment

ରିପୋର୍ଟ- ରାଉରକେଲାରୁ ପବନ ତିୱାରୀ

Rourkela
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe