Advertisment

୪ ଦିନ ପରେ ବି ମିଳୁନି ପତ୍ତା; ‌ଓମ୍‌ଙ୍କୁ ଖୋଜୁଛି NITର ସ୍ୱତନ୍ତ୍ର ରୋବଟ୍

ଗତ ୮ ତାରିଖରେରିଲ୍ସ କଲାବେଳେ ଖଣି ପୋଖରୀରେ ବୁଡି ଯାଇଥିଲେ ଓମ୍।

author-image
Tapaswini Nayak
ଅଦ୍ୟତନ ହୋଇଛି
Robert

Robert

୪ ଦିନ ପରେ ବି ମିଳୁନି ଖୋର୍ଦ୍ଧା ଜିଲ୍ଲା ତାପଙ୍ଗ ଖଣି ପୋଖରୀରେ ବୁଡିଯାଇଥିବା ଯୁବକ ଓମ୍ ପ୍ରକାଶ ରଥଙ୍କ ପତ୍ତା। ନିଖୋଜ ଯୁବକଙ୍କୁ ଉଦ୍ଧାର କରିବା ପାଇଁ ଚାଲିଛି ଜୋରଦାର ପ୍ରୟାସ। ଉଦ୍ଧାରରେ ଆଜି ସାମିଲ ହୋଇଛି ରାଉରକେଲା NITର ସ୍ୱତନ୍ତ୍ର ରୋବଟ୍। NDRF, ଓଡ୍ରାଫ୍ , ନାଭାଲ ଟିମ୍ ସହ ଅଗ୍ନିଶମ ବାହିନୀ ମଧ୍ୟ ଏହି ଅପରେସନରେ ସାମିଲ ହୋଇଛନ୍ତି।

Advertisment

ଗତ ୮ ତାରିଖରେ ୪ ଜଣ ସାଙ୍ଗ ତାପଙ୍ଗ ଖଣି ପୋଖରୀକୁ ବୁଲିବାକୁ ଆସିଥିଲେ। ସେଠାରେ ରିଲ୍ସ କଲାବେଳେ ଖଣି ପୋଖରୀରେ ବୁଡି ଯାଇଥିଲେ ଦୁଇ ଜଣ ଯୁବକ। ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଓମ୍‌ଙ୍କର ପତ୍ତା ମିଳିନଥିଲା। ପରେ NDRF, ଓଡ୍ରାଫ୍ , ନାଭାଲ ଟିମ୍ ସହ ଅଗ୍ନିଶମ ବାହିନୀ ଓମ୍‌ଙ୍କୁ ଖୋଜାଖୋଜି କରିଥିଲେ। ହେଲେ ତାଙ୍କର କୌଣସି ପତ୍ତା ମିଳିନଥିଲା। ଆଜି ସକାଳେ ୮ ଜଣିଆ NITର ସ୍ୱତନ୍ତ୍ର ରୋବଟ୍ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଖୋଜିଖୋଜି କରୁଛନ୍ତି।

NITର ଜଣେ ଅଧିକାରୀ କହିଛନ୍ତି, ତାପଙ୍ଗ ଖଣି ପୋଖରୀରେ ଗଭୀର ୧୦୦ଫୁଟ୍‌ ରହିଛି। ଆମେ ପ୍ୟାଚ ପ୍ୟାଚ ସ୍କାନିଂ କରି ଦେଖୁଛି। ଆଜି ଦିନ ସାରା ଏହି ଅପରେସନ ଜାରି ରହିବ।

Advertisment
Khordha