Advertisment

୮୦ କିମି ବେଗରେ ଆସି ଡିଭାଇର୍ଡରରେ ପିଟିଲା BMW!

ଶୈଳଶ୍ରୀ ବିହାର-ମୈତ୍ରୀ ବିହାର ରାସ୍ତାରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ପ୍ରାଇଭେଟ୍‌ ସ୍କୁଲରୁ ଛାତ୍ରୀଙ୍କୁ ଧରି ଆସୁଥିବା BMW କାର୍‌ ଘଣ୍ଟା ପ୍ରତି ୮୦ କିମି ସ୍ପିଡ୍‌ରେ ଆସି ଡିଭାଇର୍ଡରକୁ ପିଟି ଦେଇଥିଲା।

ଅଦ୍ୟତନ ହୋଇଛି
BMW Car

BMW Car

Advertisment

ଘଣ୍ଟା ପ୍ରତି ୮୦ କିମି ବେଗରେ ଆସି ଡିଭାର୍ଡରରେ ପିଟିଲା BMW କାର୍‌! ଆଜି ଅପରାହ୍ନରେ ରାଜଧାନୀ ଭୁବନେଶ୍ୱରରେ ଏପରି ଭୟଙ୍କର ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ କେହି ମୃତାହତ ହୋଇନଥିଲେ ମଧ୍ୟ ବିଳାଶପୂର୍ଣ୍ଣ କାର୍‌ଟିର ଗୋଟିଏ ପାର୍ଶ୍ୱ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

Advertisment

ଶୈଳଶ୍ରୀ ବିହାର-ମୈତ୍ରୀ ବିହାର ରାସ୍ତାରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ପ୍ରାଇଭେଟ୍‌ ସ୍କୁଲରୁ ଛାତ୍ରୀଙ୍କୁ ଧରି ଆସୁଥିବା BMW କାର୍‌ ଘଣ୍ଟା ପ୍ରତି ୮୦ କିମି ସ୍ପିଡ୍‌ରେ ଆସି ଡିଭାଇର୍ଡରକୁ ପିଟି ଦେଇଥିଲା। ପରେ କାର୍‌ଟି ରାସ୍ତା ପାର୍ଶ୍ୱରେ ଥିବା ଲୁହା ବାଡ଼ରେ ଘଷି ହୋଇ ୫୦ ମିଟର ପର୍ଯ୍ୟନ୍ତ ଘୁଷୁରି ହୋଇ ଯାଇଥିଲା। ଏହି ବିଳାଶପୂର୍ଣ୍ଣ କାର୍‌ର ଗୋଟିଏ ପାର୍ଶ୍ୱ ପୂରା ଚୁର୍‌ମାର ହୋଇଯାଇଛି। ହେଲେ କାର୍‌ ଭିତରେ ଥିବା ଛାତ୍ରୀଙ୍କ ସମେତ ୩ ଜଣ ସୁରକ୍ଷିତ ଅଛନ୍ତି। ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଦୁର୍ଘଟଣା ପରେ ବାହାନା କରୁଛନ୍ତି ଗାଡ଼ି ଚାଳକ। କହୁଛନ୍ତି, ବର୍ଷା ହେଉଥିବାରୁ ବ୍ରେକ୍‌ ଧରିଲା ନାହିଁ। ଚକା ସ୍ଲିପ୍‌ ମାରି ଡିଭାଇର୍ଡରରେ ପିଟି ହେଲା।

ରାଜଧାନୀ ଭିତରେ ଘଣ୍ଟା ପ୍ରତି ୫୦ କିମିରୁ ଅଧିକ ବେଗରେ ଗାଡ଼ି ଚଳାଇ ହେବନାହିଁ। ଏହା ସତ୍ତ୍ୱେ ୭୫ରୁ ୮୦ କିମି ବେଗରେ BMW କାର୍‌ଟି କେମିତି ଯାଉଥିଲା? ଏହାକୁ ନେଇ ନାନା ପ୍ରଶ୍ନ ଉଙ୍କି ମାରୁଛି। ମିଳିଥିବା ସୂଚନା ଅନୁସାରେ ଶୈଳଶ୍ରୀ ବିହାର-ମୈତ୍ରୀ ବିହାର ରାସ୍ତାରେ କୁଆଡେ ୩ଟି ଥାନା ରହିଛି। ନିୟମିତ ଯାଞ୍ଚ ହେଉନଥିବାରୁ ଡ୍ରାଇଭରମାନେ ବେପରୁଆ ଗାଡ଼ି ଚଳାଉଛନ୍ତି। ଯେଉଁଥିପାଇଁ ଅନେକ ସମୟରେ ଦୁର୍ଘଟଣା ଘଟାଉଛନ୍ତି। ଦୁର୍ଘଟଣା ଘଟାଇ ନିଜେ ବିପଦରେ ପଡ଼ିବା ସହିତ ପଥଚାରୀଙ୍କ ଜୀବନ ସହିତ ଖେଳୁଛନ୍ତି ବୋଲି ଚର୍ଚ୍ଚା ହେଉଛି।

Advertisment
Bhubaneswar Accident Bhubaneswar News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe