Accident
ଭୟଙ୍କର ଦୁର୍ଘଟଣା। ସ୍କୁଟିକୁ ଧକ୍କା ଦେଇ ୫୦ ମିଟର ଯାଏଁ ଫିଲ୍ମ ଷ୍ଟାଇଲ୍ରେ ଘୋଷାରି ନେଲା ବିଏମ୍ଡବ୍ଲୁ କାର୍। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି। ତାମିଲନାଡୁର କାଞ୍ଚିପୁରମ୍ରେ ଘଟିଛି ଏଭଳି କିଛି ଦୁର୍ଘଟଣା।
ଏହି ଦୁର୍ଘଟଣା ବେଳର ଭୟଙ୍କର ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଏକ ବିଏମ୍ଡବ୍ଲୁ କାର୍ ସ୍କୁଟିକୁ ଘୋଷାରି ନେଉଥିବା ଦେଖିବାକୁ ମିଳିଛି। ପୁଲିସ କହିବା ମୁତାବକ, ଦୁର୍ଘଟଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ନାଁ ବାଲାମୁରୁଗନ। ଦୁର୍ଘଟଣା ସମୟରେ ବାଲାମୁରୁଗନ୍ ଏବଂ ତାଙ୍କ ସାଙ୍ଗ ରମେଶ ସ୍କୁଟିରେ ବସି କେଉଁଆଡେ ଯାଉଥିଲେ।
ଏତିକି ବେଳେ କାଞ୍ଚିପୁରମର ଆଇୟେଙ୍ଗର କଲାମ ଅଞ୍ଚଳରେ ତାଙ୍କୁ ଏକ ବିଏମ୍ଡବ୍ଲୁ କାର୍ ସାମ୍ନା ପଟୁ ଆସି ଧକ୍କା ଦେଇଥିଲା। ଧକ୍କା ଦେବା ପରେ ସ୍କୁଟିକୁ ୫୦ ମିଟର ଯାଏ ଟାଣି ନେଇଥିଲା ବିଏମ୍ଡବ୍ଲୁ କାର୍। ଏହି ଦୁର୍ଘଟଣାର ଭିଡିଓ ଉକ୍ତ ଅଞ୍ଚଳରେ ଲାଗିଥିବା ସିସିଟିଭିରେ କଏଦ୍ ହୋଇଥିଲା। ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଦୁର୍ଘଟଣା ପରେ ଗୁରୁତର ଅବସ୍ଥାରେ ବାଲାମୁରୁଗନ ଓ ରମେଶଙ୍କୁ ଉଦ୍ଧାର କରି ନିକଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ବାଲାମୁରୁଗନଙ୍କୁ ଡାକ୍ତରମାନେ ମୃତ ଘୋଷଣା କରିଥିଲେ। ସେପଟେ ରମେଶଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତାଙ୍କ ଚିକିତ୍ସା ଜାରି ରହିଛି। ପୁଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଦୁର୍ଘଟଣା ଘଟାଇଥିବା ବିଏମ୍ଡବ୍ଲୁ କାର୍କୁ ଜବତ କରିବା ସହ ଡ୍ରାଇଭରଙ୍କୁ ପୁଲିସ ଗିରଫ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Accident_1707040467.jpg)