Advertisment

ଦୁର୍ଘଟଣାସ୍ଥଳରେ ଛିଡା ହୋଇଥିବା ବେଳେ ମାଡିଗଲା କାର୍, 9 ମୃତ

ଦୁର୍ଘଟଣା ସ୍ଥାନରେ ଛିଡା ହୋଇଥିବା ବେଳେ ମାଡିଗଲା କାର୍। କନଷ୍ଟେବଳଙ୍କ ସମେତ 9 ମୃତ।

ଅଦ୍ୟତନ ହୋଇଛି
Speeding car rams into crowd

Speeding car rams into crowd

Advertisment

ମୃତ୍ୟୁ ଏମିତି ବି ଛକିଥାଏ। ଦୁର୍ଘଟଣା ସ୍ଥାନରେ ଛିଡା ହୋଇଥିବା ବେଳେ ମାଡିଗଲା କାର୍। କନଷ୍ଟେବଳଙ୍କ ସମେତ 9 ମୃତ, କାର୍ ଚାଳକ ଗୁରୁତର। ଆଜି(ଗୁରୁବାର) ସକାଳେ ଗୁଜରାଟ ଅହମ୍ମଦାବାଦ ଇସ୍କନ ବ୍ରିଜ୍ ନିକଟରେ ଏହି ଭୟାନକ ଦୁର୍ଘଟଣା ଘଟିଛି। ଗୁରୁତରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ସୂଚନା ଅନୁସାରେ, ଏହି ସ୍ଥାନରେ କିଛି ସମୟ ପୂର୍ବରୁ ଦୁଇଟି ଗାଡି ମଧ୍ୟରେ ଧକ୍କା ହୋଇଥିଲେ। ଏଠାରେ ଥିବା କିଛି ଲୋକ ଏବଂ ପୁଲିସ କର୍ମଚାରୀ ଘଟଣାସ୍ଥଳରେ ଛିଡା ହୋଇଥିଲେ। ଏହି ସମୟରେ 160 କିଲୋମିଟର ବେଗରେ ଏକ କାର୍ ଆସି ସେମାନଙ୍କ ଉପରେ ମାଡି ଯାଇଥିଲା। ଫଳରେ 9 ଜଣଙ୍କର ମୃତ୍ୟ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ କନଷ୍ଟେବଳ ଅଛନ୍ତି। 

ଘଟଣାରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଶୋକ ପ୍ରକାଶ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏଥିସହ ମୃତକଙ୍କ ପରିବାରକୁ 4 ଲକ୍ଷ ଏବଂ ଆହତଙ୍କୁ 50 ହଜାର କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି। 

Advertisment
Ahmedabad Accident Speeding Car Rams Into Crowd Accident News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe