Advertisment

ଡ୍ୟୁଟିରେ ଥିବା ଟ୍ରାଫିକ ପୁଲିସକୁ ଘୋଷାରି ନେଲା କାର୍‌

ଏହି ସମସ୍ତ ଘଟଣାର ଭିଜୁଆଲ ସିସିଟିଭିରେ କଏଦ୍‌ ହୋଇଛି।

author-image
Madhupriya Mistry
Accident

Accident

ଥମୁନି ହିଟ୍‌ ଆଣ୍ଡ ରନ୍‌ ମାମଲା। ସାଧାରଣ ଜନତା ବାରମ୍ବାର ଏହାର ଶିକାର ହେଉଥିବା ବେଳେ ଏଥିରୁ ପୁଲିସ ମଧ୍ୟ ବାଦ୍‌ ପଡିନାହାନ୍ତି। ନିକଟରେ ଜଣେ ଡ୍ୟୁଟିରେ ଥିବା ଟ୍ରାଫିକ୍‌ ପୁଲିସଙ୍କୁ ଦ୍ରୁତ ଗତିରେ ଆସୁଥିବା ଏକ କାର୍‌ ଧକ୍କା ଦେଇ ଘୋଷାରି ନେଇଛି। ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଘଟିଛି ଏଭଳି କିଛି ଘଟଣା।

Advertisment

ପୁଲିସ ସୂଚନା ମୁତାବକ, ଲକ୍ଷ୍ନୌର ବାରା ବିରଓ୍ୱା ଛକ କ୍ରିଷ୍ଣାନଗରରେ ସୋମବାର ମଧ୍ୟାହ୍ଣରେ ରଙ୍ଗ ସାଇଡ୍‌ରୁ ଏକ କାର୍‌ ଦ୍ରୁତ ଗତିରେ ଆସି ଡ୍ୟୁଟିରେ ଥିବା ଟ୍ରାଫିକ୍‌ କନଷ୍ଟେବଳ ଅମିତ କୁମାରଙ୍କୁ ଧକ୍କା ଦେଇଥିଲା। ଏହାପରେ ତାଙ୍କୁ ଘୋଷାରି ନେଇଥିଲା। ସେଠାରେ ଉପସ୍ଥିତ ଅନ୍ୟ ଟ୍ରାଫିକ୍‌ ପୁଲିସମାନେ କାର୍‌କୁ ଅଟକାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା ସେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ସେପଟେ ଏହି ଦୁର୍ଘଟଣା କନଷ୍ଟେବଳ ଅମିତ ଗୁରୁତର ହୋଇଥିଲେ। ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ସମସ୍ତ ଘଟଣାର ଭିଜୁଆଲ ସିସିଟିଭିରେ କଏଦ୍‌ ହୋଇଛି।

ମଙ୍ଗଳବାର ପୁଲିସ ଏହି ଘଟଣାରେ ବିଶ୍ୱେଶ୍ୱର ନଗରରୁ ଅଭିଯୁକ୍ତ ଡ୍ରାଇଭରକୁ ଗିରଫ କରିବା ସହ ଦୁର୍ଘଟଣା ଘଟାଇଥିବା କାର୍‌କୁ ଜବତ କରିଛି। ଗିରଫ ଡ୍ରାଇଭର ଜଣକ ହେଉଛନ୍ତି ଅଭିଷେକ ଦାସ ତାଙ୍କ ବୟସ ୩୧ ବର୍ଷ। ସେ ଏକ ଶୋ'ରୁମ୍‌ର ସେଲ୍ସମେନ୍ ଥିବା ଜଣାପଡିଛି। ଗିରଫ ପରେ ଅଭିଷେକ ନିଜ ଦୋଷ ସ୍ୱୀକାର କରିଛନ୍ତି। ପୁଲିସ ତାଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Advertisment
Accident Lucknow Police Hit And Run