Advertisment

ଆଇସକ୍ରିମ୍‌ ଖାଇବାକୁ ବାପା ସହ ୩ ପିଲା ଯାଇଥିଲେ ମାର୍କେଟ, ଚଢ଼ିଗଲା ଗାଡ଼ି

ପିଲାମାନେ ଆଇସକ୍ରିମ ଖାଇବାକୁ ଅଝଟ କଲେ। ଫଳରେ ସେମାନଙ୍କ ଜିଦି ଆଗରେ ହାର ମାନି ଯାଇଥିବା ବାପା ନିଜ ୩ ଛୁଆଙ୍କୁ ଆଇସକ୍ରିମ୍‌ ଖୁଆଇବାକୁ ବଜାର ନେଇଗଲେ। ମାତ୍ର ଆଇସକ୍ରିମ୍‌ ଖାଇବା ଆଗରୁ ମାଡ଼ି ଆସିଲା କାଳ।

Ice Cream

Ice Cream

Advertisment

ପିଲାମାନେ ଆଇସକ୍ରିମ ଖାଇବାକୁ ଅଝଟ କଲେ। ଫଳରେ ସେମାନଙ୍କ ଜିଦି ଆଗରେ ହାର ମାନି ଯାଇଥିବା ବାପା ନିଜ ୩ ଛୁଆଙ୍କୁ ଆଇସକ୍ରିମ୍‌ ଖୁଆଇବାକୁ ବଜାର ନେଇଗଲେ। ମାତ୍ର ବିଧିର ବିଧାନ ଥିଲା କିଛି ଅଲଗା। ଆଇସକ୍ରିମ୍‌ ଖାଇବା ଆଗରୁ ମାଡ଼ି ଆସିଲା କାଳ।

Advertisment

ଦ୍ରୁତ ଗତିରେ ଆସିଥିବା ଏକ ପିକଅପ୍‌ ଭ୍ୟାନ୍‌ ସେମାନଙ୍କ ଉପରେ ଚଢ଼ିଗଲା। ଫଳରେ ପରିବାରର ୪ ଜଣ ଏବେ ସଙ୍କଟାପନ୍ନ ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଏପରି ଏକ ଛାତିଥରେ ଘଟଣା ଗତକାଲି ତାମିଲାନାଡ଼ୁର କୋଏମ୍ବାଟୁର ଜିଲ୍ଲାରେ ଘଟିଛି।

ଗତକାଲି ପିଲାମାନେ ଆଇସକ୍ରିମ ପାଇଁ ଜିଦି କରିବାରୁ ବ୍ୟକ୍ତିଜଣକ ସେମାନଙ୍କୁ ନିଜ ବାଇକ୍‌ରେ ବସାଇ ଘର ନିକଟ ଆଇସକ୍ରିମ୍‌ ପାର୍ଲର ନେଇଥିଲେ। ମାତ୍ର ଗାଡ଼ି ପାର୍କିଂ ସମୟରେ ହଠାତ୍‌ ବିପରୀତ ଦିଗରୁ ଆସୁଥିବା ଏବ ପିକ୍‌ଅପ୍‌ ଭ୍ୟାନ୍ ପ୍ରଥମେ ଏବ ଇଲେକ୍ଟ୍ରି ଖୁଣ୍ଟରେ ପିଟି ହୋଇଥିଲା। ଏହାପରେ ଗାଡ଼ିଟି ଉକ୍ତ ବ୍ୟକ୍ତିଙ୍କ ସମେତ ତାଙ୍କ ୩ ପିଲା ଓ ବାଇକ୍‌ ଉପରେ ଚଢ଼ି ଯାଇଥିଲା।

Advertisment

ସ୍ଥାନୀୟ ଲୋକେ ତୁରନ୍ତ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲେ। ସେଠାରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ପୁଲିସ୍‌ ପହଞ୍ଚି ଗାଡ଼ିଟିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Accident Tamilnadu Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe