Advertisment

ଅଧା ରହିଗଲା ବାହାଘର, ରାସ୍ତାରେ ଚାଲିଗଲା ବର ସମେତ ପରିବାରର ୮ ଜଣଙ୍କ ଜୀବନ

ବାହାଘର ପାଇଁ ବରକୁ ନେଇ ଯାଉଥିବା ଗୋଟିଏ ବୋଲେର ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଗାଡ଼ିଟି ଗୋଟିଏ କଲେଜ କାନ୍ଥରେ ପିଟି ହୋଇଯିବାରୁ ବର ସମେତ ପରିବାରର ୮ ଜଣଙ୍କ ଜୀବନ ଚାଲି ଯାଇଛି।

author-image
Hemant Lenka
Accident

Accident

ଆଉ କିଛି ଘଣ୍ଟା ପରେ ପଡ଼ିଥାଆନ୍ତା ହାତ ଗଣ୍ଠି। କିନ୍ତୁ ବନ୍ଧା ହେଲା କୋକେଇ। ବାହାଘର ପାଇଁ ବରକୁ ନେଇ ଯାଉଥିବା ଗୋଟିଏ ବୋଲେର ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଗାଡ଼ିଟି ଗୋଟିଏ କଲେଜ କାନ୍ଥରେ ପିଟି ହୋଇଯିବାରୁ ବର ସମେତ ପରିବାରର ୮ ଜଣଙ୍କ ଜୀବନ ଚାଲି ଯାଇଛି। ଏଥିରେ ଆଉ ୨ ଜଣ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଉତ୍ତର ପ୍ରଦେଶର ସମ୍ଭଲରୁ ଏପରି ଦୁଃଖଦ ଘଟଣା ସାମ୍ନାକୁ ଆସିଛି।

Advertisment

ପୂରା ଘଟଣା ଜେୱାନି ଗାଁ ନିକଟରେ ସକାଳ ୬.୩୦ରେ ଘଟିଛି। ବୋଲେର ଚାଳକ ଦ୍ରୁତଗତିରେ ଯାଉଥିବା ବେଳେ ଜନତା ଇଣ୍ଟର କଲେଜ ନିକଟରେ ନିୟନ୍ତ୍ରଣ ହରାଇଥିଲେ। ଫଳରେ ଗାଡ଼ିଟି କଲେଜ କାନ୍ଥରେ ପିଟି ହୋଇ ଓଲଟି ପଡ଼ିଥିଲା। ଦୁର୍ଘଟଣା ବେଳେ ଗାଡ଼ିରେ ଗୋଟିଏ ପରିବାରର ୧୦ ଜଣ ରହିଥିଲେ। ସମସ୍ତେ ବାହାଘର ପାର୍ଟିକୁ ଯାଉଥିଲେ।

ଗାଡ଼ିରେ ନିଜେ ବର ସୂରଜ ମଧ୍ୟ ରହିଥିଲେ। କିନ୍ତୁ ଘଟଣା ସ୍ଥଳରେ ସୂରଜଙ୍କ ପ୍ରାଣ ହରାଇଛନ୍ତି। ଏମାନେ ସମସ୍ତେ ସମ୍ଭଲର ହର ଗୋବିନ୍ଦପୁର ଗାଁରୁ ବଦାଁଉ ଜିଲ୍ଲାର ସିରତୌଲ ସ୍ଥିତ କନ୍ୟା ଘରକୁ ଯାଉଥିଲେ।

Advertisment

ପୁଲିସ୍‌ ପକ୍ଷରୁ କୁହାଯାଇଛି ଯେ ଘଟଣା ସ୍ଥଳରେ ୫ ଜଣ ପ୍ରାଣ ହରାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୩ ଜଣ ଆଖି ବୁଜିଛନ୍ତି। ସେହିପରି ଆଉ ୨ ଜଣ ଗୁରୁତର ଅବସ୍ଥାରେ ରହିଛନ୍ତି। ବୋଲେରରେ କ୍ଷମତା ଠାରୁ ଅଧିକ ଲୋକ ରହିଥିଲେ। ଏଥିସହ ଗାଡ଼ିର ବେଗ ମଧ୍ୟ ଅଧିକ ରହିଥିଲା।

Accident Uttar Pradesh